Tuesday, September 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା

by ସଞ୍ଜୟ ସ୍ୱାଇଁ
February 9, 2025
in Crime, State
ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା
67
VIEWS
Share on FacebookShare on Twitter

ଯାଜପୁର, (ବାଘୁଆବାର୍ତ୍ତା): ଯାଜପୁର ରୋଡ ଥାନା ସୋବରା ଅଞ୍ଚଳରେ ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ। ଷ୍ଟୁଡିଓ ଭିତରୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର ହୋଇଛି ଯୁବକଙ୍କ ମୃତଦେହ। ଓମ ଡିଜିଟାଲ ଫିଲ୍ମ ଷ୍ଟୁଡିଓର ମାଲିକ ଦୀପକ କୁମାର ସାହୁଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। କୌଣସି ଦୁର୍ବୃତ୍ତଙ୍କ ଦ୍ବାରା ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଘଟଣା ଘଟାଇବା ପରେ ଦୁର୍ବୃତ୍ତ ଫେରାର ହୋଇ ଯାଇଥିଲା। ଷ୍ଟୁଡିଓ ଭିତରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ହୋଇଛି ଯୁବକଙ୍କ ମୃତଦେହ। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ସାଇଣ୍ଟିଫିକ ଟିମ୍ ଓ ପୁଲିସ କୁକୁର ସହାୟତାରେ ପୁଲିସ ଦ୍ବାରା ଏହି ଘଟଣାର ତଦନ୍ତ ଜାରି ରହିଛି। ଷ୍ଟୁଡିଓର ଅନତି ଦୂରରେ ରହିଛି ଦୀପକଙ୍କ ଘର। ଦୀପକ ସବୁଦିନ ପରି ଗତକାଲି ରାତିରେ ଘରୁ ଖାଇବା ପିଇବା ସାରି ଦୋକାନକୁ ରାତି ଏଗାରଟାରେ ଶୋଇବାକୁ ଆସିଥିଲେ। ମାତ୍ର ପରିବାର ଲୋକଙ୍କ କହିବା ମୁତାବକ ରାତିରେ ଦୀପକଙ୍କର ମୋବାଇଲ ସୁଇଚ ଅଫ୍ ହୋଇ ରହିଥିଲା।ଆଜି ସକାଳେ ମାଆ ଯେତେବେଳେ ପୁଅ ପାଖକୁ ଚା ନେଇ ଷ୍ଟୁଡିଓକୁ ଆସିଥିଲେ, ସେତେବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୁଅ ଦୀପକଙ୍କ ମୃତଦେହ ଭୂଇଁରେ ପଡିରହିଥିବା ଦେଖିବାକୁ ପାଇଥିଲେ। ଏପରିକି ଷ୍ଟୁଡିଓ ଭିତରେ ଥିବା କମ୍ପ୍ୟୁଟର, କ୍ୟାମେରା ଆଦି ସମସ୍ତ ସାଜ ସରଞ୍ଜାମ ଦୁର୍ବୃତ୍ତ ଲୁଟି ନେଇଛନ୍ତି। ତେବେ ଏହା ଦେଖି ମା ନିଜର ଧୈର୍ଯ୍ୟ ହରାଇ ବସିଥିଲେ। ଖବର ପାଇ ଶହଶହ ଲୋକ ଘଟଣା ସ୍ଥଳରେ ପହଞ୍ଚି ଭିଡ଼ ଜମାଇଛନ୍ତି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅନୁସନ୍ଧାନ ଜାରିରଖିଛି। ଷ୍ଟୁଡିଓ ଭିତରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ହୋଇଛି ଯୁବକଙ୍କ ମୃତଦେହ। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ସାଇଣ୍ଟିଫିକ ଟିମ୍ ଓ ପୁଲିସ କୁକୁର ସହାୟତାରେ ପୁଲିସ ଦ୍ବାରା ଏହି ଘଟଣାର ତଦନ୍ତ ଜାରି ରହିଛି। ଷ୍ଟୁଡିଓର ଅନତି ଦୂରରେ ରହିଛି ଦୀପକଙ୍କ ଘର। ଦୀପକ ସବୁଦିନ ପରି ଗତକାଲି ରାତିରେ ଘରୁ ଖାଇବା ପିଇବା ସାରି ଦୋକାନକୁ ରାତି ଏଗାରଟାରେ ଶୋଇବାକୁ ଆସିଥିଲେ। ମାତ୍ର ପରିବାର ଲୋକଙ୍କ କହିବା ମୁତାବକ ରାତିରେ ଦୀପକଙ୍କର ମୋବାଇଲ ସୁଇଚ ଅଫ୍ ହୋଇ ରହିଥିଲା। ଆଜି ସକାଳେ ମାଆ ଯେତେବେଳେ ପୁଅ ପାଖକୁ ଚା ନେଇ ଷ୍ଟୁଡିଓକୁ ଆସିଥିଲେ, ସେତେବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୁଅ ଦୀପକଙ୍କ ମୃତଦେହ ଭୂଇଁରେ ପଡିରହିଥିବା ଦେଖିବାକୁ ପାଇଥିଲେ। ଏପରିକି ଷ୍ଟୁଡିଓ ଭିତରେ ଥିବା କମ୍ପ୍ୟୁଟର, କ୍ୟାମେରା ଆଦି ସମସ୍ତ ସାଜ ସରଞ୍ଜାମ ଦୁର୍ବୃତ୍ତ ଲୁଟି ନେଇଛନ୍ତି। ତେବେ ଏହା ଦେଖି ମା ନିଜର ଧୈର୍ଯ୍ୟ ହରାଇ ବସିଥିଲେ। ଖବର ପାଇ ଶହଶହ ଲୋକ ଘଟଣା ସ୍ଥଳରେ ପହଞ୍ଚି ଭିଡ଼ ଜମାଇଛନ୍ତି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅନୁସନ୍ଧାନ ଜାରିରଖିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!