Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସିସିଆରଟି ଟ୍ରେନିଂ ପାଇଁ ଶିକ୍ଷକ ମନୋନୟନକୁ ନେଇ ପ୍ରଶ୍ନବାଚୀ

by ସଞ୍ଜୟ ସ୍ୱାଇଁ
February 9, 2025
in Nayagarh, State
ସିସିଆରଟି ଟ୍ରେନିଂ ପାଇଁ ଶିକ୍ଷକ ମନୋନୟନକୁ ନେଇ ପ୍ରଶ୍ନବାଚୀ
119
VIEWS
Share on FacebookShare on Twitter

ଦଶପଲ୍ଲା, (ବାଘୁଆବାର୍ତ୍ତା): ସିସିଆରଟି ଟ୍ରେନିଂ ପାଇଁ ଶିକ୍ଷକ ଚୟନ ଘଟଣା ଏବେ ଦଶପଲ୍ଲା ଶିକ୍ଷକ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସିସିଆରଟି ରିଜିଓନାଲ ସେଣ୍ଟର, ଦାମୋହ (ମଧ୍ୟପ୍ରଦେଶ) ରେ ‘ଇଣ୍ଟିଗ୍ରେଟିଂଗ୍ କ୍ରାଫ୍ଟ ସ୍କିଲସ୍ ଇନ୍ ସ୍କୁଲ’ ର ୱାର୍କସପ୍ ସରିଛି। ଏହି ୱାର୍କସପ୍ ଜାନୁୟାରୀ ୧୫ରୁ ଆରମ୍ଭ ହୋଇ ୨୪ରେ ଶେଷ ହୋଇଛି। ନୟାଗଡ଼ ଶିକ୍ଷା ଜିଲ୍ଲାର ୧୦ଜଣ ଶିକ୍ଷକ ୱାର୍କସପକୁ ଯାଇଥିବା ବେଳେ ସେଥିମଧ୍ୟରୁ ଦଶପଲ୍ଲାରୁ ଯାଇଥିଲେ ତିନି ଶିକ୍ଷକ। ସିସିଆରଟି ନିୟମ ଅନୁଯାୟୀ ୱାର୍କସପରେ ଯୋଗଦେବାପାଇଁ ଶିକ୍ଷକଂକ ବୟସ ୫୨ବର୍ଷ ହୋଇଥିବା ଆବଶ୍ଯକ ଓ ଏହାର ପ୍ରମାଣ ପତ୍ର ଜଏନିଂ ସମୟରେ ସେଠାରେ ଦାଖଲ କରିବାକୁ ପଡିଥାଏ। ମାତ୍ର ଦଶପଲ୍ଲାରୁ ଯାଇଥିବା ତିନିଜଣଙ୍କ ମଧ୍ଯରୁ ଜନୈକ ଶିକ୍ଷକଂକ ବୟସ ୫୨ବର୍ଷଠାରୁ ଢେର୍ ଉର୍ଦ୍ଧ୍ବ ଯାହାକୁ ନେଇ ଶିକ୍ଷକଂକ ମଧ୍ଯରେ ଚର୍ଚ୍ଚା ଯୋର୍ ଧରିଛି। ଏଭଳି ବୟସ ଶିକ୍ଷକ ୱାର୍କସପକୁ ମନୋନୀତ ହେଲେ କେମିତି ଆଉ ସେଠାରେ ଜଏନିଂ କଲେ କିପରି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖାଲି ସେତିକି ନୁହେଁ ସିଲେକ୍ସନ ପୂର୍ବରୁ ବହୁ ଶିକ୍ଷକ ଏବିଷୟରେ ସୁରାକ୍ ପାଇନଥିବାର ମଧ୍ଯ ଶୁଣିବାକୁ ମିଳୁଛି। ବିଭାଗୀୟ ଅନୁମୋଦନ ସମୟରେ ଏପରିକି ସ୍କୁଲରୁ ରିଲିଭ୍ ସମୟରେ ବୟସ ଓ ୱାର୍କସପକୁ ନେଇ କିଭଳି ତଥ୍ଯ ସଂଗ୍ରହ ନକରି ରିଲିଭ୍ କରାଗଲା ତାହା ଏବେ ପ୍ରଶ୍ନ ଘେରରେ। ସବୁଠାରୁ ବଡକଥା ହେଲା ସିସିଆରଟି କୋଅର୍ଡିନେଟର ଏଥିନେଇ ଶିକ୍ଷକଂକ ଦରଖାସ୍ତକୁ ତର୍ଜମା କରିଥିଲେ କି ନାହିଁ ତାହା ଏବେ ପ୍ରଶ୍ନବାଚୀ ହୋଇ ପଡିଛି। ସମଗ୍ର ଘଟଣାର ବିଧିବଦ୍ଧ ତଦନ୍ତ ସହ କାର୍ଯାନୁଷ୍ଠାନ ପାଇଁ ମତପ୍ରକାଶ ପାଉଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!