Saturday, June 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ ମୁଖ୍ୟମନ୍ତ୍ରୀ

by ସଞ୍ଜୟ ସ୍ୱାଇଁ
February 9, 2025
in Sports, State
ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ ମୁଖ୍ୟମନ୍ତ୍ରୀ
175
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ । ପ୍ରସ୍ତୁତ ବାରବାଟୀ, ପ୍ରସ୍ତୁତ ଉଭୟ ଟିମ୍ । ସୁପର ସନଡେ’ରେ ହେବ ସୁପର ଫାଇଟ୍। ରବିବାର ଦିନ ଗୋଟାଏରୁ କମ୍ପିବ କଟକ । ଆଜି ବାରବାଟୀ ଷ୍ଟାଡିୟମ୍ କ୍ରିକେଟ୍ ମ୍ୟାଚ୍ ଦେଖିବେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରଯାଇଛି। ସୂଚନା ମୁତାବକ, ରବିବାର ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ କଟକ ଆସିବେ । ଏଥିଲାଗି ବାଲିଯାତ୍ରା ତଳ ପଡ଼ିଆରେ ଏକ ହେଲିପ୍ୟାଡ୍ ନିର୍ମାଣ କରାଯାଇଛି । ଦିନ ୧୨ଟା ୩୦ ମିନିଟ୍ ସମୟରେ ସେ ହେଲିପ୍ୟାଡ୍‌ରେ ଅବତରଣ କରିବେ ବୋଲି କଟକ କମିସନରେଟ୍ ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି । ଏଠାରୁ ତାଙ୍କୁ କାରକେଡ୍‌ରେ କଡ଼ା ସୁରକ୍ଷା ବଳୟରେ ଷ୍ଟାଡିୟମ୍‌କୁ ନିଆଯିବ । ଏଥିଲାଗି ପୁଲିସ୍ ପକ୍ଷରୁ ବାଲିଯାତ୍ରା ତଳ ପଡ଼ିଆରେ ପୃଥକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ମୁଖ୍ୟମନ୍ତ୍ରୀ ଖେଳ ଆରମ୍ଭରୁ ଶେଷ ହେବା ପର୍ଯ୍ୟନ୍ତ ମ୍ୟାଚ୍ ଦେଖିବେ ବୋଲି ପୁଲିସ୍ ସୂତ୍ରରୁ ସୂଚନା ମିଳିଛି । ଅନ୍ୟପକ୍ଷରେ ମ୍ୟାଚ୍ ଦେଖିବାକୁ ରାଜ୍ୟ କ୍ୟାବିନେଟ୍ର ପ୍ରାୟ ଅଧିକାଂଶ ମନ୍ତ୍ରୀ, ବିଧାୟକ, ସାଂସଦଙ୍କଠାରୁ ଆରମ୍ଭ କରି ବହୁ ଭିଭିଆଇପି ଆସୁଥିବାରୁ କଟକ-ଭୁବନେଶ୍ୱର ଏନ୍‌ଏଚ୍ ସମେତ ବାରଙ୍ଗ- ତ୍ରିଶୁଳିଆ ରାସ୍ତା, ମହାନଦୀ ରିଂ ବନ୍ଧ ଓ କାଠଯୋଡ଼ି ରିଂ ବନ୍ଧ ରାସ୍ତାରେ ଟ୍ରାଫିକ୍ ନିୟନ୍ତ୍ରଣ ଲାଗି ଫୋର୍ସ ସଂଖ୍ୟା ବଢ଼ାଇ ଦିଆଯାଇଛି । ସେହିପରି ହାଓଡା ମୋଟର ଛକ, କ୍ୟାଣ୍ଟନମେଣ୍ଟ ରୋଡ଼, ବକ୍ସିବଜାର ରାସ୍ତା, ବିଜୁ ପଟ୍ଟନାୟକ ଛକ ରାସ୍ତା ଆଦି ଷ୍ଟାଡିୟମ୍ ଆଖପାଖରେ ଭିଡ଼ ଅସମ୍ଭାଳ ହେବାର ଆଶଙ୍କା ରହିଛି । ତେଣୁ ଉକ୍ତ ଅଞ୍ଚଳରେ କିପରି ଗହଳି ନିୟନ୍ତ୍ରଣ କରାଯାଇପାରିବ ତାହା ଏବେ ପୁଲିସ୍ ପାଇଁ ଚିନ୍ତା ବଢ଼ିଛି । କାରଣ ଶନିବାର ନେଟସ୍ ସମୟରେ ଭାରତୀୟ କ୍ରିକେଟ୍ ତାରକାଙ୍କୁ ଦେଖିବାକୁ ଷ୍ଟାଡିୟମ୍ ଭିତରେ ଏବଂ ବାହାରେ ଯେପରି ଟ୍ରାଫିକ୍ ସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଲା ତାହାକୁ ନିୟନ୍ତ୍ରଣକୁ ଆଣିବାକୁ ଯାଇ ପୁଲିସ୍ ଅଧିକାରୀମାନେ ନାକେଦମ୍ ହୋଇପଡ଼ିଥିଲେ । ତେଣୁ ଶନିବାର ଏହି ସମସ୍ୟା ଯେପରି ରବିବାର ପୁନରାବୃତ୍ତି ନହୁଏ ସେଥିଲାଗି କମିସନରେଟ୍ ଅଧିକାରୀମାନେ ଗୁରୁତ୍ୱ ଦେଇଛନ୍ତି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!