Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପିଟିଏସ୍‌ରେ ଅବକାରୀ କନେଷ୍ଟବଳଙ୍କ ଦୀକ୍ଷାନ୍ତ ସମାରୋହ

by ସଞ୍ଜୟ ସ୍ୱାଇଁ
February 7, 2025
in Nayagarh, State
ପିଟିଏସ୍‌ରେ ଅବକାରୀ କନେଷ୍ଟବଳଙ୍କ ଦୀକ୍ଷାନ୍ତ ସମାରୋହ
99
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ପୁଲିସ ଟ୍ରେନିଂ ସ୍କୁଲରେ ଦୀକ୍ଷାନ୍ତ ସମାରୋହ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ଏହି କାର୍ୟ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ସମ୍ମାନିତ ଅତିଥି ଭାବେ ଅବକାରୀ ଆୟୁକ୍ତ ନରସିଂହ ଭୋଳ, ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଯୋଗ ଦେଇଥିଲେ। ପ୍ରଥମ ଥର ପାଇଁ ନୟାଗଡ଼ ପୁଲିସ ଟ୍ରେନିଂ ସ୍କୁଲରେ ଅବକାରୀ କନେଷ୍ଟବଳ ତାଲିମ ଗ୍ରହଣ କରି ପାସ ଆଉଟ୍ ହୋଇଛନ୍ତି। ୧୯୬ ଜଣ ଅବକାରୀ କନେଷ୍ଟବଳ ଗତ ସେପ୍ଟେମ୍ବର ମାସରୁ ତାଲିମ ଗ୍ରହଣ କରି ଆସୁଥିଲେ। ତାମିଲ ପ୍ରାପ୍ତ କନେଷ୍ଟବଳ ଶପଥ ପାଠ କରିଥିଲେ। ଆୟୋଜିତ ପରେଡରେ ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ହରିଚନ୍ଦନ ଅଭିବାଦନ ଗ୍ରହଣ କରିଥିଲେ। ପ୍ରଭାତ କୁମାର ସାହୁ ପରେଡ କମାଣ୍ଡ ଦାୟିତ୍ଵ ସମାପନ କରିଥିଲେ। ପୁଲିସ ଟ୍ରେନିଂ ସ୍କୁଲ ଅଧ୍ୟକ୍ଷ ଭବେଶ ନାୟକ ବିବରଣୀ ପଠନ କରିଥିଲେ। ରାଜ୍ୟ ସରକାର ଅବକାରୀ କର୍ମଚାରୀଙ୍କୁ ସଶସ୍ତ୍ର କରିବାକୁ ସମ୍ମାନିତ ଅତିଥି ଦାବି ରଖିଥିଲେ। ନିଶା ମୁକ୍ତ ଭାରତ ଗଠନ ଦିଗରେ ସହାୟକ ହେବାକୁ ଅବକାରୀ ଆୟୁକ୍ତ ଆହ୍ଵାନ ଦେଇଥିଲେ। ମୁଖ୍ୟ ଅତିଥି ତାଙ୍କ ଅବିଭାଷଣରେ ଅବକାରୀ କର୍ମଚାରୀ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହେବେ ବୋଲି କହିଥିଲେ । କୃତିତ୍ବ ଅର୍ଜନ କରିଥିବା ତାଲିମ ପ୍ରାପ୍ତ କନେଷ୍ଟବଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ, ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ଵରୀ ସିଂ ପ୍ରମୁଖ ଉପସ୍ଥିତ ରହିଥିଲେ। ପୁଲିସ ଟ୍ରେନିଂ ସ୍କୁଲ ଅଧ୍ୟକ୍ଷ ଶ୍ରୀଯୁକ୍ତ ନାୟକଙ୍କ ତତ୍ୱାବଧାନରେ ଆୟୋଜିତ ଦୀକ୍ଷାନ୍ତ ସମାରୋହକୁ ଇନ୍ସପେକ୍ଟର ରଜନୀକାନ୍ତ ମଲ୍ଲିକ ଏବଂ ପିଟିଏସ୍‌ର ସମସ୍ତ କର୍ମଚାରୀ ପରିଚାଳନା କରିଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!