Tuesday, September 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜମିବାଡି ବିବାଦକୁ ନେଇ ହତ୍ୟା, ଘାଟିରୁ ମିଳିଲା ମୃତଦେହ, ମୁଖ୍ୟ ଅଭିଯୁକ୍ତ ଗିରଫ

by ସଞ୍ଜୟ ସ୍ୱାଇଁ
February 6, 2025
in Crime, State
ଜମିବାଡି ବିବାଦକୁ ନେଇ ହତ୍ୟା, ଘାଟିରୁ ମିଳିଲା ମୃତଦେହ, ମୁଖ୍ୟ ଅଭିଯୁକ୍ତ ଗିରଫ
218
VIEWS
Share on FacebookShare on Twitter

କନ୍ଧମାଳ, (ବାଘୁଆ ବାର୍ତ୍ତା): କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଗାଡ଼ିଆପଡ଼ା ଘାଟିର ପ୍ରଥମ ବୁଲାଣିରୁ ଗୁରୁବାର ଅତିରିକ୍ତ ତହସିଲଦାର ବ୍ରହ୍ମା ନନ୍ଦ ଥାଟିଙ୍କ ଉପସ୍ଥିତିରେ ପୋଲିସ ଗଳିତ ମୃତଦେହ ଉଦ୍ଧାର କରିଛି । ଘଟଣାସ୍ଥଳରେ ଖଜୁରୀପଡ଼ା, ବାଣିଗୋଛା ଓ ଗଣିଆ ଥାନା ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ମିଳିଥିବା ସୂଚନା ଅନୁଯାୟୀ ମୃତକ ହେଲେ ନୟାଗଡ଼ ଜିଲାର ଗଣିଆ ଥାନା ଅନ୍ତର୍ଗତ ଆଡ଼କଟା ପଞ୍ଚାୟତର ଉପର ହଦପଶି ଗ୍ରାମର ଚରଣ ବେହେରା(୫୦) । ଜାନୁଆରୀ ୩୦ ତାରିଖ ଦିନ ଗାଁରେ ଅଷ୍ଟ ପ୍ରହରୀ ଚାଲିଥିବା ବେଳେ ଗାଁର କିଛି ଲୋକ ଚରଣ ବେହେରାଙ୍କୁ ମଦ ପିଇବାକୁ ଡାକି ନେଇଥିଲେ। ଚରଣ ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଚରଣଙ୍କ କୌଣସି ସନ୍ଧାନ ନ ପାଇ ପରିବାର ଲୋକେ ଗଣିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଥାନାରେ ୧୦/୨୫ ମାମଲା ରୁଜୁ କରି ଗଣିଆ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ହତ୍ୟା ଘଟଣାରେ ସଂପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ପିଣ୍ଟୁ ବେହେରାକୁ ଗିରଫ କରିବା ପରେ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ଅଭିଯୁକ୍ତଙ୍କୁ ସାଙ୍ଗରେ ଧରି ହତ୍ୟାକାଣ୍ଡର ରିକ୍ରିଏଶନ କରିଛି ପୋଲିସ । ଏଥିସହିତ କନ୍ଧମାଳ ଜିଲା ଖଜୁରୀପଡା ଥାନା ଅନ୍ତର୍ଗତ ଗାଡ଼ିଆପଡ଼ା ଘାଟିରୁ ଚରଣଙ୍କ ଗଳିତ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଫୁଲବାଣୀ ମେଡ଼ିକାଲକୁ ପଠାଯାଇଛି । ସେପଟେ ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ପୂର୍ବ ଶତ୍ରୁତା ଥିଲା। ତେଣୁ ଜାନୁଆରୀ ୩୦ ତାରିଖରେ ଚରଣକୁ ମଦ ପିଆଇ ଯୋଜନାବଦ୍ଧ ଭାବେ ହତ୍ୟା କରି ଆଣି ଗାଡିଆ ପଡା ଘାଟିରେ ଫିଙ୍ଗି ଦେଇଥିବା ମୁଖ୍ୟ ଅଭିଯୁକ୍ତ ପିଣ୍ଟୁ କହିଛନ୍ତି। ମୁଖ୍ୟ ଅଭିଯୁକ୍ତ ସହ ଆଉ କେଉଁମାନେ ଏହି ହତ୍ୟାକାଣ୍ଡରେ ସାମିଲ ଅଛନ୍ତି ସେମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ଗଣିଆ ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା କହିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!