ଭୁବନେଶ୍ୱର,(ବାଘୁଆବାର୍ତ୍ତା): କଳାହାଣ୍ଡି ଜିଲ୍ଲା ମଦନପୁର ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲ କ୍ଷୀତିଶ ଭୂଷଣ ବିଶ୍ବାଳ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଶ୍ରୀ ବିଶ୍ବାଳ ଅଭିଯୋଗକାରୀଙ୍କ ଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଲାହାଣ୍ଡି ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ପ୍ରିନ୍ସିପାଲ କ୍ଷୀତିଶ ଭୂଷଣ ବିଶ୍ବାଳ, ନିଜେ ପ୍ରିନ୍ସପାଲ ଥିବା ଆଦର୍ଶ ବିଦ୍ୟାଳୟରେ ଏକ ଚୌକିଦାର ପଦବୀରେ ଭର୍ତ୍ତି ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି।





