ନୟାଗଡ଼,(ବାଘୁଆବାର୍ତ୍ତା): ସବୁଠାରୁ ସୁରକ୍ଷା ସ୍ଥାନ ବୋଲାଉ ଥିବା ବ୍ୟାଙ୍କ ଲକରରୁ ଗାଏବ୍ ହୋଇଯାଇଛି ଲକ୍ଷ ଲକ୍ଷ ଟଙ୍କାର ଅଳଙ୍କାର । ଏଭଳି ସାଂଘାତିକ ଅଭିଯୋଗ ଆସିଛି ବରଗଡ଼ ଜିଲ୍ଲାରୁ । ସୂଚନାନୁସାରେ, ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ବରଗଡ଼ ଜିଲ୍ଲା ମେନ୍ ବ୍ରାଞ୍ଚରେ ବରଗଡ଼ ଟାଉନ ୩ନଂ ୱାର୍ଡ ମହାନ୍ତିପଡ଼ାର ସ୍ନିଗ୍ଧା ମହାନ୍ତି ଓ ତାଙ୍କ ମାଆ ଜ୍ୟୋତ୍ସ୍ନାମୟୀ ତ୍ରିପାଠୀଙ୍କ ନାମରେ ଆକାଉଣ୍ଟ ରହିଛି । ସୁନା ଅଳଙ୍କାର ସୁରକ୍ଷିତ ରଖିବା ପାଇଁ ଉଭୟଙ୍କ ନାମରେ ମଧ୍ୟ ୨୮୨ନଂରେ ଏକ କଲର ରହିଛି । ଯେଉଁ ଲକରରେ ଉଭୟଙ୍କ ଅଳଙ୍କାର ରଖିଥିଲେ ସ୍ନିଗ୍ଧା ମହାନ୍ତି । ଲକରକୁ ସୁରକ୍ଷା ଦେବାକୁ ଲକର ଚାର୍ଜ ଦେଉଥିଲେ ମଧ୍ୟ ତାହା ଖାଲି ହୋଇଯାଇଛି । ସୂଚନାନସାରେ, ୪ ବର୍ଷ ତଳେ ଲକରରେ ୩୩ ଲକ୍ଷ ଟଙ୍କାର ସୁନା, ରୂପା ଅଳଙ୍କାର ରଖିବା ପରଠାରୁ ସ୍ନିଗ୍ଧା ଆଉ ବ୍ୟାଙ୍କକୁ ଯାଇନଥିବା ବେଳେ, ଆଜି ବ୍ୟାଙ୍କକୁ ଯାଇ ଲକର ଖୋଲିବା ପାଇଁ ଚାବି ମାଗିଥିଲେ । ଲକର ଖୋଲିଲା ପରେ କୌଣସି ଅଳଙ୍କାର ନଥିବା ଦେଖିବାକୁ ପାଇଥିଲେ । ଏନେଇ ବ୍ୟାଙ୍କ କର୍ତ୍ତୁପକ୍ଷଙ୍କ ପାଖରେ ସ୍ନିଗ୍ଧା ଅଭିଯୋଗ କରିଥିଲେ ମଧ୍ୟ ବ୍ୟାଙ୍କ ଅଧିକାରୀଙ୍କ ପାଖରୁ କୌଣସି ଉତ୍ତର ପାଇନଥିଲେ । ସ୍ନିଗ୍ଧା ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ ଚଳାଇଥିବା ସୂଚନା ମିଳିଛି ।





