ଭୁବନେଶ୍ୱର,(ବାଘୁଆବାର୍ତ୍ତା): ପ୍ରଭାରୀଙ୍କ ପାଖରେ ଉଠିଲା ପରିବର୍ତ୍ତନର ସ୍ୱର । ପରିବର୍ତ୍ତନ କର ନଚେତ ଦଳ ବୁଡ଼ିଯିବ । ଆଗକୁ ପିପିଲି ଉପ-ନିର୍ବାଚନ, ପୌର ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନ ଆସିବା ପୂର୍ବରୁ ବାଟ ସଫାକର ନଚେତ୍ ଦଳକୁ ବହୁତ ମହଙ୍ଗା ପଡିବ । ଏଭଳି କଟାକ୍ଷ ନେଇ ଆଜି ପିସିସି ସଭାପତିଙ୍କୁ ଗାଦିଚ୍ୟୁତ କରିବା ପାଇଁ କଂଗ୍ରେସର ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତି ଅସନ୍ତୁଷ୍ଟ କର୍ମୀମାନେ ପ୍ରଭାରୀ ଚେଲା କୁମାରଙ୍କ ପାଖରେ ଅସନ୍ତୋଷ ଉପସ୍ଥାପନ କରିଛନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ଚୌକିରୁ ହଟାଇବା ପାଇଁ ତିନି, ଚାରିମାସ ତଳେ ସ୍ୱର ଉଠିଥିବା ବେଳେ କୌଣସି କାରଣକୁ ନେଇ ଉଠିଥିବା ସ୍ୱର ମଳିନ ପଡିଥିଲା । ଆଜି ପୁଣି ପିସିସି ପରିବ ର୍ନ ସ୍ୱର ଉଠିବା ସହିତ ନିରଞ୍ଜନଙ୍କ ଅସନ୍ତୁଷ୍ଟ କର୍ମୀମାନେ ପ୍ରଦେଶ କଂଗ୍ରେସର ପ୍ରଭାରୀଙ୍କ ପାଖରେ ଏହି ଦାବି ଉପସ୍ଥାପନ କରିଥିବା ଜଣାପଡିଛି । ଅସନ୍ତୁଷ୍ଟ କର୍ମୀମାନେ ଉଠାଇଥିବା ସ୍ୱରରେ ନିରଞ୍ଜନଙ୍କ ପିସିସି ଚୌକି ଯାଉଛି ନା ସ୍ୱର ମଳିନ ପଡୁଛି ତାହା ଆଗାମୀ ଦିନରେ ଜଣାପଡିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ରଖିଛନ୍ତି ।





