ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଇଟାମାଟି ଶିକ୍ଷା ଓ ବୈଷୟିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦୁଇ ଦିନ ଧରି ଅନୁଷ୍ଠିତ ହୋଇ ଆସୁଥିବା କ୍ରୀଡ଼ା ଉତ୍ସବ ଉଦ୍ଯାପିତ ହୋଇ ଯାଇଛି । ଅଧ୍ୟକ୍ଷ ଅଭିମନ୍ୟୁ ସାହୁଙ୍କ ତତ୍ୱାବଧାନରେ ପରିଚାଳିତ ଏହି ଉତ୍ସବକୁ ପୂର୍ବତନ ଅଧ୍ୟକ୍ଷ ତଥା ବିଶିଷ୍ଟ ଶିକ୍ଷାବିତ୍ ଅଶୋକ କୁମାର ନାୟକ ଆନୁଷ୍ଠନିକ ଭାବେ ଉଦ୍ଘାଟନ କରି ଜୀବନର ପ୍ରତ୍ୟେକ ସ୍ତରରେ ଖେଳୁଆଡ଼ ମନୋଭାବ ପୋଷଣ କରିବା ପାଇଁ ଛାତ୍ର ଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଇଟାମାଟି ଗ୍ରାମ ପଞ୍ଚାୟତର ସରପଞ୍ଚ ସ୍ୱପ୍ନେଶ୍ୱରୀ ସେଠୀ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । କ୍ରୀଡା କ୍ଷେତ୍ରରେ ମହାବିଦ୍ୟାଳୟର ପୂର୍ବ କୀର୍ତିରାଜ ଓ ସଫଳତା ର ଉଲ୍ଲେଖ କରି ଶୃଙ୍ଖଳିତ ଭାବେ ପ୍ରତିଯୋଗିତା ଗୁଡିକୁ ସମ୍ପାଦନ କରିବା ପାଇଁ ଅଧ୍ୟକ୍ଷ ଅଭିମନ୍ୟୁ ସାହୁ ପ୍ରତିଯୋଗୀ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ପ୍ରଦାନ କରିଥିଲେ । ଖେଳ ଶିକ୍ଷକ ଅମିୟ ମୋହନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧା ଓ ସମସ୍ତ ଅଧ୍ୟାପିକା, ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀ ମାନଙ୍କର ସହଯୋଗରେ ଶୃଙ୍ଖଳାର ସହ କ୍ରୀଡ଼ା ଉତ୍ସବ ସମ୍ପର୍ଣ୍ଣ ହୋଇଥିଲା । ପରିଶେଷରେ ଧ୍ୱଜା ଅବତରଣ କରି କ୍ରୀଡ଼ା ଉତ୍ସବର ଉଦ୍ଯାପନ କରିବା ସଙ୍ଗେ ସଙ୍ଗେ ଉପସ୍ଥିତ ସମସ୍ତ ଅଧ୍ୟାପିକା, ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀ ମାନଙ୍କୁ ଅଧ୍ୟକ୍ଷ ଧନ୍ୟବାଦ ଅର୍ପଣ କରିଥିଲେ ।






