ରଣପୁର, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ପରିସରରେ @ûRò ଦିବା ୧୧ ଘଟିକା ୧୫ ମିନିଟ ସମୟରେ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କ ଦ୍ଵାରା ଆଭାସୀ ମାଧ୍ୟମରେ ବିକଶିତ ଗାଁ ବିକଶିତ ଓଡ଼ିଶା ର ଶୁଭ ଉଦଘାଟନ କରିଥିବା ଜଣାପଡିଛି। ରଣପୁର ମଣ୍ଡଳ ଉନ୍ନୟନ ଅଧିକାରୀ ମନୋଜ କୁମାର ନାୟକ, ପୁରୀ ସାଂସଦ ପ୍ରତିନିଧି ଆଇନଜିବୀ ପ୍ରିୟବ୍ରତ ପ୍ରହରାଜ, ବ୍ଳକ ଅଧକ୍ଷା ନିର୍ମଳା ବେହେରା, ଉପାଧ୍ୟକ୍ଷ ପ୍ରଭାତ କୁମାର ଦଳବେହେରା, ଗୋପାଳପୁର ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ତରେଇ, ରଣପୁର ଜିଲ୍ଲା ପରିଷଦ ସଭ୍ୟା ରଜନୀରାଣୀ ପଟ୍ଟନାୟକ,ସହକାରୀ ଯନ୍ତ୍ରୀ ଜ୍ଞାନେନ୍ଦ୍ର ପାଢ଼ୀ, ଅତିରିକ୍ତ ସହକାରୀ ଯନ୍ତ୍ରୀ ଶଶୀରେଖା ଜେନା ଆଦି ପ୍ରଭୁ ଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ସମସ୍ତ ପଞ୍ଚାୟତିରାଜ ପ୍ରତିନିଧି, ମିଶନ ଶକ୍ତି ମହିଳା ମାନେ ଯୋଗଦେଇଥିଲେ। ଆଭାସୀ ମାଧ୍ୟମରେ ଏକାମ୍ର ବିଧାୟକ ବାବୁ ସିଂ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ ଓ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବକ୍ତବ୍ୟ କିଭଳି ଭାବେ ଓଡ଼ିଶା ବିକଶିତ ହେଲେ ପ୍ରଥମେ ଗାଁ ବିକଶିତ ହେବ ବୋଲି କହିଥିଲେ। ଗ୍ରାମ ପଞ୍ଚାୟତ ରେ ମୈ।ଳିକ ସୁବିଧା ପାଇବା ସହ ଛୋଟ ଛୋଟ ପର୍ଯ୍ୟଟନସ୍ଥଳୀ ର ବିକାଶ ହୋଇପାରିବ ତାର ଗୁରୁତ୍ୱ ଉପରେ ପ୍ରାଧାନ୍ୟ ଦିଆଯାଉଛି ବୋଲି କହିଥିଲେ। ସମସ୍ତ ବ୍ଳକ୍ କର୍ମଚାରୀ ପ୍ରୋଗ୍ରାମ ର ସଫଳତା ପାଇଁ ଅଣ୍ଟା ଭିଡିଥିବା ଦେଖିବାକୁ ମିଳିଥିଲା।





