Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ ବ୍ରଜେନ୍ଦ୍ର ହାଇସ୍କୁଲରେ ‘ବିକଶିତ ଗାଁ ବିକଶିତ ଓଡିଶା’ କାର୍ଯ୍ୟକ୍ରମ

by ସଞ୍ଜୟ ସ୍ୱାଇଁ
February 5, 2025
in Nayagarh, State
ନୟାଗଡ଼ ବ୍ରଜେନ୍ଦ୍ର ହାଇସ୍କୁଲରେ ‘ବିକଶିତ ଗାଁ ବିକଶିତ ଓଡିଶା’ କାର୍ଯ୍ୟକ୍ରମ
213
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ବ୍ରଜେନ୍ଦ୍ର ହାଇସ୍କୁଲ ପରିସରରେ ‘ବିକଶିତ ଗାଁ ବିକଶିତ ଓଡିଶା’ କାର୍ଯ୍ୟକ୍ରମକୁ ଲୋକ ମାନେ ଏଲଇଡି ମାଧ୍ୟମରେ ଉପଭୋଗ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଗ୍ନଜିତ ରାଉତ, ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ବିଡିଓ ରାଜେଶ କେଶରୀ ସ୍ୱାଇଁ, ଜିଲ୍ଲା ପରିଷଦ ସରୋଜ ରଣସିଂ, ବ୍ଲକ ସହକାରୀ ଯନ୍ତ୍ରୀ ଚନ୍ଦ୍ରଶେଖର ସାମନ୍ତରାୟ, ସନ୍ତୋଷ ମଲ୍ଲୀକ, ଏପିଓ ମିଟନ ମହାପାତ୍ର, ଜିପିଓ ତୁଷାରକାନ୍ତ ରାଉତ, ବ୍ଲକର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳତା ଆଣିଥିଲେ । ଖୋର୍ଦ୍ଧା ଠାରେ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ମୁଖ୍ୟ ମନ୍ତ୍ରୀ ଉଦ୍‌ଘାଟନ କରିଥିଲେ । ଜିଲ୍ଲାର ସମସ୍ତ ବ୍ଲକ ମାନଙ୍କରେ ଏଲଇଡି ମାଧ୍ୟମରେ ଲୋକ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଯୋଜନା ଶୁଭାରମ୍ଭ ଅବସରରେ ପାଇକ ବିଦ୍ରୋହର ବୀର ବରପୁତ୍ର ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଖୋର୍ଦ୍ଧା ବୀର ପାଇକଙ୍କ ମାଟି । ପ୍ରତି ଗାଁକୁ ବିକଶିତ କରିବା ପାଇଁ ଏହି ଯୋଜନା ଶୁଭାରମ୍ଭ କରାଯାଇଛି । ଗାଁ ଓ ସହରରେ ଉପଲବ୍ଧ ହେଉଥିବା ବିଭିନ୍ନ ସେବା ଓ ସୁବିଧାର ଅନ୍ତରକୁ କମ୍ କରିବ ବିକଶିତ ଗାଁ, ବିକଶିତ ଓଡ଼ିଶା କାର‌୍ୟ୍ୟକ୍ରମ । ଏହି କାର‌୍ୟ୍ୟକ୍ରମ ମାଧ୍ୟମରେ ଅନଗ୍ରସରତା ବିରୋଧରେ ଆରମ୍ଭ ହେବ ଜନ ଆନ୍ଦୋଳନ । ଗ୍ରାମସଭାରେ ଆଲୋଚନା ହୋଇ ସବୁ ନିଷ୍ପତ୍ତି ନିଆଯିବ । ୨୦୨୪-୨୫ରୁ ଆରମ୍ଭ ହୋଇ ୨୦୨୮-୨୯ ଯାଏଁ ଯୋଜନା ଚାଲିବ । ପ୍ରତିବର୍ଷ ହଜାରେ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ୫ ବର୍ଷ ପାଇଁ ୫ ହାଜର କୋଟି ବ୍ୟୟ ବରାଦ କରାଯାଇଛି । ଯଦି ଆବଶ୍ୟକ ହୁଏ, ତେବେ ଅଧିକ ବୃଦ୍ଧି କରାଯିବ । କଂକ୍ରିଟ, ପିଚୁ ରାସ୍ତା ତିଆରି ହେବ । ପେଭର ବ୍ଲକ ପଡ଼ିବ । ସେତୁ, କଲଭର୍ଟ ହେବ । କଲ୍ୟାଣ ମଣ୍ଡପ, ମାର୍କେଟ ସେଡ ହେବ । ଗାଁର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଅର୍ଥ ଖର୍ଚ୍ଚ ହେବ । ଗାଁରେ କ୍ରୀଡା ଭିତ୍ତିଭୂମି ମଜଭୁତ ହେବ । ଗ୍ରାମାଞ୍ଚଳ ପର‌୍ୟ୍ୟଟନ କ୍ଷେତ୍ର ଗୁଡ଼ିକର ବିକାଶ କରାଯିବ । ପ୍ରତି ଯୋଜନା ସର୍ବନିମ୍ନ ୩ ଲକ୍ଷ ଟଙ୍କାରୁ ଆରମ୍ଭ ହେବ । ପୂର୍ବ ସରକାର ବେଳେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ହଜାର ହଜାର ପ୍ରକଳ୍ପ ଅଧାପନ୍ତରିଆ ହୋଇ ପଡ଼ିରହିଛି । ତେଣୁ ଯେଉଁ ପ୍ରକଳ୍ପ ଗୁଡ଼ିକ ୨୦ ପ୍ରତିଶତ କାମ ହୋଇଥିବ, ସେଗୁଡିକୁ ମଧ୍ୟ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନରେ ସଂପୂର୍ଣ୍ଣ କରାଯିବ । ସମସ୍ତ ପଞ୍ଚାୟତର ଜନ ପ୍ରତିନିଧି ମାନଙ୍କୁ ବିକଶିତ ଗାଁ, ବିକଶିତ ଓଡ଼ିଶା କାର‌୍ୟ୍ୟକ୍ରମକୁ ସଫଳ କରିବା ପାଇଁ ଅପିଲ କଲେ ମୁଖ୍ୟମନ୍ତ୍ରୀ । ରାଜନୀତିରୁ ଉପରକୁ ଉଠି କାମ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଯଦି ଗ୍ରାମାଞ୍ଚଳରେ ବିକାଶ ହେବ ନାହିଁ, ତେବେ ରାଜ୍ୟର ବିକାଶ ଅସମ୍ଭବ । ତେଣୁ ଏହାକୁ ଆଧାର କରି ୨୦୩୬ରେ ସମୃଦ୍ଧ ଓଡ଼ିଶା ପରିକଳ୍ପନା ପାଇଁ ୫୩ ହାଜର ୮୪୫ ରାଜସ୍ୱ ଗାଁ ଗୁଡ଼ିକର ବିକାଶ କରାଯିବ । ଏହିସବୁ ଗ୍ରାମରେ ବିକାଶର ଗଙ୍ଗା ପ୍ରବାହିତ ହେବ । ଅର୍ଥନୀତି ଦ୍ରୁତ ଗତିରେ ଆଗକୁ ବଢିବ । ସ୍ୱାଧୀନତାର ୭୫ ବର୍ଷ ଭିତରେ ଅନେକ ସରକାର ଶାସନ କରିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!