ଦଶପଲ୍ଲା, (ବାଘୁଆବାର୍ତ୍ତା): ଦଶପଲ୍ଲା ବ୍ଲକ ଅନ୍ତର୍ଗତ ତୁମାଣ୍ଡି ୟୁଜିଏମଇ ସ୍କୁଲ ଠାରେ ବୁଧବାର ଦିନ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କ୍ଳଷ୍ଟରସ୍ତରୀୟ “ନିପୁଣ ଓଡ଼ିଶା ମେଳା “ଅନୁଷ୍ଠିତ ହୋଇଯାଇଛି। ତୁମାଣ୍ଡି କ୍ଲଷ୍ଟରର ସିଆରସିସି ସୂର୍ଯ୍ୟମଣୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ମେଳାକୁ ପ୍ରଧାନଶିକ୍ଷକ ଅଜୟ କୁମାର ନାୟକ ସଂଯୋଜନା କରିଥିଲେ। ଆୟୋଜିତ ଉଦଘାଟନୀ ଉତ୍ସବରେ ସରପଞ୍ଚ ମୀତାରାଣୀ ମାଝୀ, ହାଇସ୍କୁଲ ପ୍ରଧାନଶିକ୍ଷକ ବିଷ୍ଣୁ ନାରାୟଣ ଷଡଙ୍ଗୀ, କମିଟି ସଭାପତି ଶଶାଙ୍କ ମଳିକ, ଜୟଦେବ ସାହୁ ପ୍ରମୁଖ ଅତିଥି ରୂପେ ଯୋଗଦେଇଥିଲେ। ମେଳାରେ କ୍ଲଷ୍ଟର ଅନ୍ତର୍ଗତ ୧୦ଟି ବିଦ୍ଯାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ପିଲାମାନଙ୍କୁ ବହି, ପେନସିଲ୍, ସ୍କେଲ୍, ରବର, ଖାତା ଆଦି ପୁରସ୍କାର ବିତରଣ କରାଯାଇଥିଲା। କାର୍ଯ୍ୟକ୍ରମରେ କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ- ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀଙ୍କ ସମେତ ବହୁ ଅଭିଭାବକ ଯୋଗ ଦେଇଥିଲେ।





