ମୁମ୍ବାଇ,(ବାଘୁଆବାର୍ତ୍ତା): ଦେଶରେ ମହାମାରୀ କରୋନା ସଂକ୍ରମଣ ସଂଖ୍ୟା କମୁଥିବା ବେଳେ କେତେକ ରାଜ୍ୟରେ ଏହା ପୁଣି ବଢିଭା ଆରମ୍ଭ ହେଲାଣି । ତେଣୁ ଉକ୍ତ ରାଜ୍ୟର ରାଜ୍ୟ ସରକାର ସଂକ୍ରମଣ ବଢୁଥିବା ଅ ଳକୁ ଲକଡାଉନ୍ କରିପାରନ୍ତି ବୋଲି ସୂଚନା ମିଳିଛି । ମିଳିଥିବା ସୂଚନାନୁସାରେ, ମହାରଷ୍ଟ୍ରର ଅମରାବତୀ, ଯବତମାଲ ଓ ଅକୋଲା ଜିଲ୍ଲା ଗୁଡିକରେ ମହାମାରୀ କରୋନା କୋଭିଡ୍-୧୯ ସ୍ଥିତିକୁ ନଜରରେ ରଖି ମହାରଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଉପମୁଖ୍ୟମନ୍ତ୍ର ଅଜିତ ପାୱାର ଏହି ପ୍ରସଙ୍ଗରେ ବୈଠକ ବସାଇଥିଲେ । ସଂକ୍ରମଣର ସ୍ଥିତି ମଧ୍ୟ ସମୀକ୍ଷା କରିଥିବା ବେଳେ ଲକଡାଉନ୍ ଫେରିପାରେ ବୋଲି ଚର୍ଚ୍ଚା ହେଉଥିବା ଜଣାପଡିଛି ।





