Tuesday, May 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅରୁଣଙ୍କ ଅଭିଯୋଗ, ବିକଶିତ ଗାଁରେ ବିକଳାଙ୍ଗ ଯୋଜନା, ବିକଶିତ ଯୋଜନାକୁ ପୋଲିଓ ହୋଇଯାଇଛି

by ସଞ୍ଜୟ ସ୍ୱାଇଁ
February 5, 2025
in Feature News
ଅରୁଣଙ୍କ ଅଭିଯୋଗ, ବିକଶିତ ଗାଁରେ ବିକଳାଙ୍ଗ ଯୋଜନା, ବିକଶିତ ଯୋଜନାକୁ ପୋଲିଓ ହୋଇଯାଇଛି
282
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ରାଜ୍ୟସରକାର ଆଜି ବିକଶିତ ଗାଁ ବିକଶିତ ଓଡ଼ିଶା ଶୁଭାରମ୍ଭ କରିଛନ୍ତି। ଏହାକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ କରି ବିଜେପି ଉପରେ ବର୍ଷିଛି। ବିକଶିତ ଗାଁରେ ଏବେ ବିକଳାଙ୍ଗ ଯୋଜନା କଲେ ବୋଲି ବିଜେଡ଼ି କହିଛି। ନବୀନ ସରକାର ସମୟରେ ଗାଁକୁ ମିଳୁଥିବା ଅନୁଦାନ, ଡବଲ ଇଞ୍ଜିନ ସରକାରରେ ହ୍ରାସ କରାଯାଇଛି। ଅନୁଦାନ ହ୍ରାସ ପାଇଲେ ଗାଁର ବିକାଶ କିଭଳି ହେବ ବୋଲି ବିଜେଡ଼ି ପ୍ରଶ୍ନ କରିଛି। ବିଜେଡ଼ି ବିଧାୟକ ଅରୁଣ ସାହୁ କହିଛନ୍ତି ଯେ, ଯେତେବେଳେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲେ, ସେ ନାରା ଦେଇଥିଲେ ଗାଁକୁ ସହର ପରି ସୁବିଧା ଦେବା। ଗାଁରେ ପ୍ରଥମ କଂକ୍ରିଟ ରାସ୍ତା ନବୀନ କରିଥିଲେ। ଯାହା ପରବର୍ତ୍ତି ସମୟରେ ଭାରତ ସରକାର ଅନୁସରଣ କରିଥିଲେ। ସେତେବେଳେ ଏହି ଧାରା ଆରମ୍ଭ ହୋଇଥିଲା। ପଞ୍ଚାୟତିରାଜ ବିଭାଗ ଦ୍ବାରା ୭୫ ହଜାର ରାସ୍ତା କଂକ୍ରିଟ ହୋଇଥିଲା। ମନ୍ଦିର, ରାସ୍ତା, ସ୍କୁଲର ବିକାଶ ଆମ ଓଡ଼ିଶା ନବୀନ ଓଡ଼ିଶାରେ କରାଯାଇଥିଲା। ଯେଉଁଥି ପାଇଁ ଓଡ଼ିଶା କେନ୍ଦ୍ରରୁ ପୁରସ୍କାର ପାଇଲା। ଏହା ପରିବର୍ତ୍ତନର ଆରମ୍ଭ ଥିଲା। ୨୦୨୩-୨୪ ରେ ୬ ହଜାର ୮୦୦ ପଞ୍ଚାୟତକୁ ୫୦ ଲକ୍ଷ ଅନୁଦାନ ଦିଆଯାଇଥିଲା। ସାଢେ ତିନି ହଜାର କୋଟି ଦିଆଯାଇଥିଲା। ଏବେ ସରକାର ବାର୍ଷିକ ହଜାର କୋଟି ଦେବେ। ଅର୍ଥାତ ୧୪ ଲକ୍ଷ ୮୦ ହଜାର ପ୍ରତି ଗାଁକୁ ଦେବେ। ଓଡ଼ିଶାରେ ୫୦ ହଜାର ରାଜସ୍ୱ ଗାଁ ଅଛି। ୱାର୍ଡ ପିଛା ବି ଲକ୍ଷେ ପଡୁନି ବୋଲି ବିଜେଡ଼ି କହିଛି। ଏମିତିରେ ପ୍ରତି ପଞ୍ଚାୟତକୁ ମାତ୍ର ତିନିରୁ ଚାରି ପ୍ରକଳ୍ପ ଯିବ। ସବୁ ଗାଁର ବି ଏଥିରେ ଭାଗ ପଡିବ ନାହିଁ। ଆମ ଓଡ଼ିଶା ନବୀନ ଓଡ଼ିଶା ନାଁ ବଦଳାଇ ୧୫ ଲକ୍ଷରେ ସୀମିତି ରଖିଲେ। କାରଣ ଡବଲ ଇଂଜିନ ସରକାରର ଡବଲ ଦୋମୁହାଁ କଥା ପ୍ରମାଣିତ ହେଲା ବୋଲି ବିଜେଡ଼ି କହିଛି।

ଏକ ତୃତୀୟାଂଶ ଭାଗ ବି ପଡିଲା ନାହିଁ। ବିକଶିତ ଗାଁରେ ଏବେ ବିକଳାଙ୍ଗ ଯୋଜନା କଲେ। ନୂଆ ଯୋଜନ ସବୁ ପୋଲିଓ ରୋଗ ହେଲାଣି। ଓଡ଼ିଶାର ଜନସଂଖ୍ୟାର ୮୦ ଭାଗ ଗାଁରେ ରୁହନ୍ତି। ସାଢେ ତିନି କୋଟି ଲୋକ ଗାଁରେ ରୁହନ୍ତି। ୨.୬୫ କୋଟି ବଜେଟରୁ ମାତ୍ର ଗାଁ ବିକାଶ ପାଇଁ ହଜାର କୋଟି ଦେଲେ ତାକୁ ପୋଲିଓ ନୁହେଁ ତ ଆଉ କଣ କହିବା। ଛଡ଼, ବାଲି, ସେମେଣ୍ଟ, ମଜୁରୀ ମହଙ୍ଗା ହେଲାଣି। ଏତିକି ଟଙ୍କାରେ କେମିତି କାମ ହେବ ବୋଲି ବିଜେଡ଼ି କହିଛି। ମନରେଗାରେ ଅର୍ଥ ବଢ଼ିଲା ନାହିଁ। ଏହା ଏବେ ଠପ। ଆମ ଓଡ଼ିଶା ନବୀନ ଓଡ଼ିଶା କାମ ଠପ ହୋଇଯାଇଛି। ପୂର୍ବ ସରକାର ଲୋକଙ୍କ ପାଇଁ କାମ କରୁଥିଲେ। ନବୀନ ସରକାର ଯାହା କରିଥିଲେ ତାହାର ରକ୍ଷଣାବେକ୍ଷଣା ବି କରୁନି ସରକାର। ଗତ ଆଠ ମାସର ବିକାଶର ଚିତ୍ର ହେଉଛି ମଣ୍ଡିପଙ୍କାରେ ଅନାହାର ମୃତ୍ୟୁ, ଚିକିଟି ମଦ ମୃତ୍ୟୁ, ଅଦିନିଆ ବର୍ଷା ଯୋଗୁଁ କ୍ଷତିରୁ ୧୨ ରୁ ଅଧିକ ମଲେ, କଣାସରେ ହଇଜାରେ ପାଞ୍ଚ ମଲେ। ଡବଲ ଇଂଜିନରେ ଚାଲିଛି ଡବଲ କଟନୀ ଛଟଣି। ଆଇନ ଶୃଙ୍ଖଳା କଥା ନ କହିଲେ ଭଲ। ଭୁବନେଶ୍ୱରର ସବୁ ଘରେ କଳା କନା ବୁଲୁଛି। ପ୍ରଧାନମନ୍ତ୍ରୀ ଗସ୍ତ ସମୟରେ ହତ୍ୟା ଓ ଡକାୟତି ହେଉଛି। ଏ ହେଉଛି ବିକଶିତ ଓଡ଼ିଶାର ଚିତ୍ର। ସରକାରଙ୍କୁ ଆହ୍ୱାନ ବିକଶିତ ଇଂଜିନ କଥା କହିଲେ ନବୀନ ଦେଉଥିବା ଅର୍ଥକୁ ଦ୍ବିଗୁଣିତ କର। ବିଗତ ଦିନର ଭଲ କାମରୁ ଶିକ୍ଷା ନିଅ। ବିକଶିତ ନାଁରେ ଯୋଜନା ଗୁଡିକୁ ପୋଲିଓ ନ କରନ୍ତୁ ବୋଲି ବିଜେଡ଼ି କହିଛି।

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026
ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

May 24, 2026
ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

May 24, 2026
ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

May 23, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!