କଟକ,(ବାଘୁଆବାର୍ତ୍ତା): ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣେ ମହିଳାଙ୍କୁ ଆଜି ଯୋବ୍ରା ଆନିକଟରୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ଉକ୍ତ ମହିଳା ଜଣଙ୍କ କ’ଣ ପାଇଁ ନଦୀକୁ ଡେଇଁଲେ ତାହା ବ ର୍ମାନ ସୁଦ୍ଧା ଜଣାପଡ଼ିନଥିବା ବେଳେ ଗୁରୁତର ଥିବାରୁ ତା’ଙ୍କୁ ଏସସିବି ମେଡକାଲରେ ଭର୍ତ୍ତୀ କରାଯାଇଛି । ତେବେ ଏହି ଘଟଣା ଦେଖିବା ପରେ ଯୋବ୍ରା ବିଜ ଉପରେ ଲୋକମାନଙ୍କ ଗହଳି ଲାଗିରହିଥିଲା ।





