Tuesday, September 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୋଲିସ କବଜାରେ ରସିକିଆ ଠକ

by ସଞ୍ଜୟ ସ୍ୱାଇଁ
February 4, 2025
in Crime, State
ପୋଲିସ କବଜାରେ ରସିକିଆ ଠକ
59
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଇଏ ବି ଏକ ପ୍ରେମ ସଂପର୍କ, ଯାହା ପ୍ରତାରଣା ପାଲଟିଛି। ସଂପର୍କ ମ୍ୟାଟ୍ରିମୋନିଆଲ୍ ରିକ୍ୱେଷ୍ଟରୁ ଆରମ୍ଭ ହୋଇଥିଲା। ପରେ ପ୍ରେମର ସୂକ୍ଷ୍ମ ସୂତା ହାତ ଗଣ୍ଠିରେ ପରିଣତ ହେବାକୁ ଯାଉଥିଲା। ମାତ୍ର ଏହା ପୂର୍ବରୁ ସବୁ ସତର ହୋଇଗଲା ପର୍ଦ୍ଦାଫାସ୍। ପ୍ରେମୀକ ପ୍ରବରର ମୁଖା ଖୋଲିଗଲା। ସବୁ ଜଣିବା ପରେ ମହିଳା ଜଣଙ୍କ ଏବେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ତ ହୋଇଛନ୍ତି। ଆଜିକାଲି ବିବାହର ଏକ ମାଧ୍ୟମ ସାଜିଛି ମାଟ୍ରିମୋନିଆଲ୍ ସାଇଟ୍। ଯେଉଁଥିରେ ପୁଅ ଝିଅ ପରସ୍ପରକୁ ବୁଝି ଜାଣି ବିବାହ କରୁଛନ୍ତି। କିନ୍ତୁ ବଡ଼ କଥା ହେଉଛି ଏବେ ସେହି ମ୍ୟାଟ୍ରିମୋନିଆଲ୍ ସାଇଟ୍ ପାଲଟିଛି କାଳ। ଅର୍ଥାତ୍ ଏଥିରେ କ୍ୟାଣ୍ଡିଡେଟ୍ ନିଜ ବିଷୟରେ ଭୁଲ୍ ତଥ୍ୟ ଦେଇ ମହିଳାଙ୍କୁ ଫସାଉଛନ୍ତି। ଏଠି ବି ଘଟିଛି ସେମିତି କିଛି। ମ୍ୟାଟ୍ରିମୋନିଆଲ ସାଇଟରେ ବିବାହ ପାଇଁ ରିକ୍ୱେଷ୍ଟ ପଠେଇଲେ ଯୁବକ ଦୀପ୍ତି ରଞ୍ଜନ ପଟ୍ଟନାୟକ। ମହିଳା ଜଣକ ଆକ୍ସେପ୍ଟ ବି କଲେ। ତାପରେ ଆରମ୍ଭ ହେଲା, ପ୍ରେମର ପରୱାନା। ଚାଟ୍ ଆରମ୍ଭ ହେଲା, ଧିରେ ଧିରେ କଥା ବିବାହ ଆଡ଼କୁ ଗଲା। ଉଭୟ ପରିବାର ପରସ୍ପରକୁ ଭେଟ ବି କଲେ। ବିବାହ ପାଇଁ ଭେନ୍ୟୁ ବି ଦେଖା ସରିଗଲା। ଯୁବକଟି ନିଜ ଅଚାଳଚଳ ସମ୍ପତ୍ତି, ସାତ ମହଲା କୋଠା ସହ ନିଳାଦ୍ରୀ ବିହାରରେ ଘର ଓ ଟ୍ରେଡିଂରୁ ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଥିବା କହିଥିଲା। କିନ୍ତୁ ଆକାଉଣ୍ଟ ବ୍ଲକ ହୋଇଯାଇଥିବା କହି ମହିଳାଙ୍କ ଠାରୁ ଦେଢ଼ ଲକ୍ଷରୁ ଅଧିକ ଟଙ୍କା ଆଣି ଏକ ଆଇଫୋନ୍ କିଣିଥିଲେ। ଏମିତି କି ମହିଳାଙ୍କ ଟଙ୍କାରେ ତାଙ୍କ ଘର ଚାଲୁଥିଲା। ସତ ସେତେବେଳେ ଧରା ପଡ଼ିଥିଲା ଯେତେବେଳେ ମହିଳା ଓ ତାଙ୍କ ଭାଇ ବାଲେଶ୍ୱର ଯୁବକଙ୍କ ଗାଁକୁ ଯାଇଥିଲେ। ସେଠାରେ ଯୁବକଙ୍କ ସଂପର୍କୀୟ କହିଥିଲେ ଯେ, ସେ ବାହା ହୋଇଛନ୍ତି ଓ ତାଙ୍କର ୩ଟି ଛୁଆ ଅଛନ୍ତି। ଏକଥା ମହିଳାଙ୍କ ପାଦତଳୁ ଖସି ଯାଇଥିଲା ମାଟି। ମହିଳା ଜଣଙ୍କ ଉଚ୍ଚ ଶିକ୍ଷିତ । ଭୁବନେଶ୍ୱରରେ ରୁହନ୍ତି। ତଥାପି ସେ ଏମିତି ଫ୍ରଡ୍ ର ଶିକାର ହେବେ, ଯାହାକୁ ସେ ବିଶ୍ୱାସ ବି କରିପାରୁନଥିଲେ। ଚନ୍ଦ୍ରଶେଖରପୁର ଥାନରେ ମହିଳା ଜଣକ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ଚାଲିଛି ତଦନ୍ତ। ଏବେ କମିଶନରେଟ ପୋଲିସ କବଜାରେ ରସିକିଆ ଠକ। ମାଟ୍ରିମୋନିଆଲ ସାଇଟରେ ଫେକ୍ ଆକାଉଣ୍ଟ ଖୋଲି ବିବାହ ପ୍ରପୋଜାଲ ଦେଉଥିଲେ । ନିଜକୁ ଡିଭୋର୍ସି କହି ଏକାଧିକ ମହିଳାଙ୍କୁ ବିବାହ କରିବାକୁ କହି ସମ୍ପର୍କ ରଖିଥିଲେ। ଟାର୍ଗେଟରେ ଥିଲେ ଡିଭୋର୍ସି ମହିଳା । ଗତ ଡିସେମ୍ବର ରେ ଜଣେ ମହିଳାଙ୍କୁ ମାଟ୍ରିମୋନିଆଲ ସାଇଟରେ ସମ୍ପର୍କ ଆରମ୍ଭ କରିଥିଲେ। ପରେ ବିବାହ ପ୍ରତିଶ୍ରୁତି ଦେଇ ଟଙ୍କା ନେଇଥିଲେ । ଏଭଳି ଏକାଧିକ ଯୁବତୀ ଓ ମହିଳାଙ୍କ ସହ ସମ୍ପର୍କ ରଖିଥିଲେ ଯୁବକ । ଥାନାରେ ମହିଳାଙ୍କ ଅଭିଯୋଗ ପରେ ରସିକିଆ ଠକକୁ ଅଟକ ରଖି ଜେରା କରୁଛି ପୋଲିସ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!