ନୟାଗଡ଼,(ବାଘୁଆବାର୍ତ୍ତା): ବେଆଇନ ଭାବେ ଟ୍ରକ ଭରା ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଧରିଲା ପୁଲିସ । ଟ୍ରକରୁ ୧୧ କ୍ୱିଣ୍ଟାଲ ୪୫ କିଲୋ ଗଞ୍ଜେଇ ଜବତ କରିବା ସହିତ ପୁଲିସ ୪ ଜଣକୁ ଗିରଫ୍ କରିଛି । ତେବେ ଏହି ଅଭିଯୁକ୍ତମାନଙ୍କ ଘର ଝାଡ଼ଖଣ୍ଡ ଅଞ୍ଚଳର ବୋଲି ଜଣାପଡିଛି । ମିଳିଥିବା ସୂଚନାନୁସାରେ, ସେମିଳିଗୁଡା-ନନ୍ଦପୁର ରାସ୍ତାର ବୋଡ଼େଙ୍ଗା ଅ ଳରେ ସେମିଳିଗୁଡା ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ଏକ ଟ୍ରକ ଉପରେ ଓନ୍ଦେହ ହୋଇଥିଲା । ତେବେ ପୁଲିସ ଟ୍ରକକୁ ପିଛା କରି ଆସି ବୋଡ଼େଙ୍ଗା ଛକ ଠାରେ ଅଟକାଇ ଟ୍ରକଟିକୁ ଖାନତଲାସୀ କରିଥିଲା । ସେମିଳିଗୁଡା ପୁଲିସ ତଲାସି କରୁଥିବା ବେଳେ ଟ୍ରକରେ ଗଞ୍ଜେଇ ଥିବା ଝାନିବାକୁ ପାଇବାରୁ ଟ୍ରକ୍ଟିକୁ ସାଇଟ ରାସ୍ତାରୁ ସାଇଟ କରିଥିଲା । ଏବଂ ଟ୍ରକଟିକୁ ଟୋଟାଲ ଯା କଲାପରେ ସେଥିରୁ ୧୧କ୍ୱି ।ଲ ୪୫କେଜି ଗଞ୍ଜେଇ ଜବତ କରିବା ସହିତ ୪ଜଣ ଅଭିଯୁକ୍ତକୁ ଗିରଫ୍ କରିଛି । ତେବେ ସେମାନେ ଝାଡ଼ଖଣ୍ଡ ବୋକାରୋ ଜିଲ୍ଲାର ସୁବୋଧ କୁମାର ମହନ୍ତୋ, ଉ ମ କୁମାର ହାଁସଦା, ବବୁଲ ମହନ୍ତୋ ଓ ସୀତାରାମ ଗେମେଲ୍ । ଅଭିଯୁକ୍ତମାନଙ୍କ ଠାରୁ ଦୁଇଟି ନମ୍ବର ପ୍ଲେଟ, ୨ଟି ମୋବାଇଲ ଫୋନ ଓ ଅନ୍ୟାନ୍ୟ ଉପକରଣ ଜବତ କରାଯାଇଥିବା ବେଳେ ସେମିଳିଗୁଡା ପୁଲିସ ସେମାନଙ୍କୁ ଗିରଫ୍ କରି ଗଞ୍ଜେଇ କେଉଁ ଯାଗାକୁ ଚାଲାଣ ହେଉଥିଲା । କିଏ କିଏ ଏହି ଚାଲାଣରେ ସଂପୃକ୍ତ ଅଛନ୍ତି ତାହାର ତଦନ୍ତ ଆରମ୍ଭ କରିଛି । ତେବେ ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୫୭ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।





