ରଣପୁର, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ପଟିଆ ଗ୍ରାମ ପଞ୍ଚାୟତ ରଣ୍ଡା ଡ଼୍ୟାମ ରୁ ଜଣେ ଯୁବକ ଙ୍କ ଶବ ଉଦ୍ଧାର ହୋଇଥିବା ଜଣାପଡିଛି। ଯୁବକ ଜଣକ ହେଉଛନ୍ତି ରଣ୍ଡା ଗ୍ରାମର ସନ୍ତୋଷ କୁମାର ଜେନା ଙ୍କ ପୁଅ ସୈ।ମ୍ୟରଞ୍ଜନ ଜେନା ଓରଫ ଲକି (୨୩)। ଯେକି ପୁରୀର ଏକ ଫାର୍ମାସୀ କଲେଜରେ ପଢୁଥିଲେ। ଚାନ୍ଦପୁର ଘରକୁ ଆସି ରଣ୍ଡା ଗ୍ରାମକୁ ଯାଇଥିଲେ। ଦିନ ୧୦ ଟା ସମୟରେ ରଣ୍ଡା ଡ଼୍ୟାମ କୁ ଆଉ ତିନି ଜଣଙ୍କ ସାଙ୍ଗରେ ମାଛ ଧରିବାକୁ ଯାଇଥିଲେ। ସାଙ୍ଗମାନଙ୍କ ସୁଚନା ଅନୁଯାୟୀ ସେ ଡ଼୍ୟାମ ଭିତରେ ବୁଡିଗଲା। ଗ୍ରାମ ଲୋକମାନେ ଡ଼୍ୟାମ ଭିତରୁ ଦିନ ୧ ବେଳେ ଉଦ୍ଧାର କରି ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ। ପରୀକ୍ଷା ନିରୀକ୍ଷା କରି ଡାକ୍ତର ମୃତ ଘୋଷଣା କରିଥିଲେ। ଚାନ୍ଦପୁର ଥାନା ନିରୀକ୍ଷକ ଦିଲ୍ଲୀପ କୁମାର ସ୍ୱାଇଁ ଅଭିଯୋଗ ପାଇ ଉପ ନିରୀକ୍ଷକ ଶ୍ରଦ୍ଧା ନାୟକ ଙ୍କୁ ମେଡିକାଲ ପଠାଇ ଶବ ଜବତ କରିଥିବା ଜଣାପଡିଛି। ମୃତ ସୈ।ମ୍ୟ ଙ୍କ ବାପା ସୁଚନା ଦେଇଛନ୍ତି ଯେ ତାଙ୍କ ପୁଅ କୁ ଉଦେଶ୍ୟମୁଳକ ଭାବେ ଯୋଜନାବଦ୍ଧ ହତ୍ୟା କରାଯାଇଛି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରୀ ରଖିଥିବା ଜଣାପଡିଛି। ଖବର ଲେଖା ହେଲାବେଳକୁ ମୃତକଙ୍କ ଶବ ପଞ୍ଚନାମା ହୋଇନଥିଲା। ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।





