ଗଣିଆ, (ବାଘୁଆବାର୍ତ୍ତା): ଗଣିଆ ନୟାଗଡ଼ ଜିଲ୍ଲା ର ଉପାନ୍ତ ଅଞ୍ଚଳ ଗଣିଆ ବ୍ଲକର ଛାମୁଣ୍ଡିଆ ଓ ବଡସିଲିଙ୍ଗା ପଞ୍ଚାୟତ l ମାତ୍ର ଗଣିଆ ଠାରୁ ବଡମୁଳ ପର୍ଯ୍ୟନ୍ତ ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଦାୟିତ୍ୱ ରେ ରହିଥିବା ଯୋଗୁଁ ଏହାର ନିର୍ମାଣ କାର୍ଯ୍ୟ ସଠିକ ସମୟେ ଓ ଠିକ ଭାବେ କାର୍ଯ୍ୟ କରାଯାଉ ନାହିଁ ବୋଲି ଛାମୁଣ୍ଡିଆ ପଂଚାୟତ ର ଅଧିବାସୀ ବୃନ୍ଦ ଲିଖିତ ଭାବେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ଏହାର ପ୍ରତିବାଦରେ ଆଗାମୀ ୩ ତାରିଖରେ ଗଣିଆ ବ୍ଲକ ସମ୍ମୁଖରେ ଗଣଧାରଣା ଦିଆଯିବ ବୋଲି ସରକାରଙ୍କୁ ଚେତାବନୀ ଦେଇଥିଲେ l ଉକ୍ତ ରାସ୍ତା ଟି ଦୀର୍ଘଦିନ ହେଲା ଖଲଖମାରେ ପରିପୂର୍ଣ ହୋଇ ରହିଥିବା ଯୋଗୁଁ ଜନସାଧାରଣ ବହୁ କଷ୍ଟରେ ଯାତାୟାତ କରୁଥିଲେ l ଏହାର ନିର୍ମାଣ କାର୍ଯ୍ୟ ତୁରନ୍ତ ଓ ସଠିକ ମାନ ର କରାଯିବl ନିମନ୍ତେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଚେତାବନି ଦେଇଥିଲେ l ମରଣଜନ୍ତା ହୋଇ ଦୀର୍ଘଦିନ ହେଲା ପଡିରହିଥିବା ରାସ୍ତା କାର୍ଯ୍ୟ ବିଭାଗୀୟ ଅଧିକାରୀ ଙ୍କଦ୍ୱାରା ନିର୍ମାଣ କାର୍ଯ୍ୟରେ ତପ୍ତରତା ଦେଖାଦେଇଛି l ଏ ନେଇ ବିଭାଗୀୟ ଯନ୍ତ୍ରୀ ସଞ୍ଜୟ କୁମାର ସାହୂ ଓ ନିର୍ବାହୀ ଯନ୍ତ୍ରୀ ସୌଭାଗ୍ୟ କୁମାର ଦାସ ଙ୍କୁ ଯୋଗାଯୋଗ କରିବାରେ ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ବର୍ତମାନ ଚାଲିଛି l ଏହା ଦଶ ଦିନ ହେଲା ଆରମ୍ଭ କରାଯାଇଅଛି l ଏହା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ରେ ଅନ୍ତର୍ଭୁକ୍ତ ରହିଅଛି l ଏହାର ଓସାର ୩. ୭୫ ମିଟର ଅଥବା ୧୨. ୫ ଫୁଟ ରାସ୍ତା ନିର୍ମାଣ ପାଇଁ ନିୟମ ରହିଅଛି ଏବଂ ଉକ୍ତ ରାସ୍ତା କାର୍ଯ୍ୟ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଶେଷ କରାଯିବ ବୋଲି ଜଣାଇଥିଲେ l ଏଥି ସହିତ ରାଜ୍ୟ ଓ ଜାତୀୟ ମାନ ନିର୍ଧାରଣ ଟିମ ଦ୍ୱାରା ଯାଞ୍ଚ ପ୍ରକ୍ରିୟା କରାଯିବ ବୋଲି ନିର୍ବାହୀ ଯନ୍ତ୍ରୀ ଜଣାଇଥିଲେ l





