Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସରପଞ୍ଚଙ୍କ ପିତୃ ବିୟୋଗ, ଅଞ୍ଚଳରେ ଶୋକର ଛାୟା, ବିଧାୟକଙ୍କ ଶୋକ

by ସଞ୍ଜୟ ସ୍ୱାଇଁ
February 1, 2025
in Nayagarh, State
ସରପଞ୍ଚଙ୍କ ପିତୃ ବିୟୋଗ, ଅଞ୍ଚଳରେ ଶୋକର ଛାୟା, ବିଧାୟକଙ୍କ ଶୋକ
741
VIEWS
Share on FacebookShare on Twitter

ଓଡ଼ଗାଁ, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ ଗ୍ରାମପଞ୍ଚାୟତର ସରପଞ୍ଚ ବିଜନ ପାଇକରାୟଙ୍କର ପିତା ଦୁର୍ଗାଚରଣ ପାଇକରାୟଙ୍କର ଅକାଳ ବିୟୋଗ ଘଟିଛି।ସେ ଦୀର୍ଘ ୪ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିବାବେଳେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ରାଜରାଜୁଡା ଶାସନ ସମୟରୁ ନୟାଗଡ଼ ସମେତ କୁରାଳ ଓ ଆଖପାଖ ଅଞ୍ଚଳରେ ପାଇକରାୟ ବଂଶର ସ୍ୱତନ୍ତ୍ର ଖ୍ୟାତି ରହିଥିବାବେଳେ ଦୁର୍ଗାଚରଣ ୩୩ ବର୍ଷ ଧରି ଓଡ଼ଗାଁ ସମେତ ନୟାଗଡ଼,ପୁରୀ ପଞ୍ଚାୟତ ସମିତି,କଚେରୀ ଆଦିରେ ବରିଷ୍ଠ କିରାଣୀ ଭାବରେ କାର୍ଯ୍ୟ କରିଥିଲେ।

ତାଙ୍କରି ବିୟୋଗରେ କୁରାଳ ସମେତ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବାବେଳେ ବିଡ଼ିଓ ଜିତେନ୍ଦ୍ର କୁମାର ନାୟକ,ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ,ଓଡ଼ଗାଁ କଲେଜ ଅଧ୍ୟକ୍ଷ ରାଜକିଶୋର ସାହୁ,ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି ରାମେଶ୍ୱର ପଣ୍ଡା,ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ,ଝିଲି ପ୍ରଧାନ,ଯୁବ ସଂଗଠକ ବିଭୁପ୍ରସାଦ ସାହୁ,ପ୍ରଭାତ ପ୍ରଧାନ,ପ୍ରଶାନ୍ତ ପାତ୍ର,କୁରାଳ କଲେଜ ଅଧ୍ୟକ୍ଷ ଭାବଗ୍ରାହୀ କର,କୋମଣ୍ଡ ସରପଞ୍ଚ ଦୀପିକା ସେଠୀ,ଗୋତିସାହି ସରପଞ୍ଚ ଦୀପ୍ତିରଞ୍ଜନ ପରିଡା,ନିବେଦିତା ଦାସ,ସମିତି ସଭ୍ୟା କନକ ପାତ୍ର,ସମିତି ସଭ୍ୟ ବିନୟ ବରାଡ଼,ବୁଲୁ ଜେନା ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପହଞ୍ଚି ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଭେଟି ଶାନ୍ତନା ପ୍ରଦାନ କରିଥିଲେ।ପରେ ପାର୍ଥିବ ଶରୀରକୁ ସମଗ୍ର କୁରାଳ ଗ୍ରାମ ପରିକ୍ରମା କରାଯାଇଥିଲା ଓ ପରିଶେଷରେ ବଡ଼ପୁଅ ଦିପୁ ମୁଖାଗ୍ନି ପ୍ରଦାନ କରିଥିବାବେଳେ ତିନିଗୋଛିଆ ସ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ତାଙ୍କ ବିୟୋଗରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!