Saturday, June 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରାଥମିକ ଶିକ୍ଷକଙ୍କ ବଦଳି, ମାର୍ଚ୍ଚ ୧୭ରୁ ଅନ୍‌ଲାଇନ୍ ଆବେଦନ

by ସଞ୍ଜୟ ସ୍ୱାଇଁ
February 1, 2025
in Education, State
ପ୍ରାଥମିକ ଶିକ୍ଷକଙ୍କ ବଦଳି,  ମାର୍ଚ୍ଚ ୧୭ରୁ ଅନ୍‌ଲାଇନ୍ ଆବେଦନ
265
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଆସନ୍ତା ମାର୍ଚ୍ଚ ୧ ତାରିଖରୁ ଆରମ୍ଭ ହେବ ପ୍ରାଥମିକ ଶିକ୍ଷକ ବଦଳି ପ୍ରକ୍ରିୟା । ମାର୍ଚ୍ଚ ୧୭ ତାରିଖରୁ ଅନ୍‌ଲାଇନ୍‌ ଆବେଦନ ଆରମ୍ଭ ହେବ । ଏପ୍ରିଲ୍‌ ୧ ତାରିଖ ମଧ୍ୟରେ ଆବେଦନ କରିବାର ସୁଯୋଗ ମିଳିବ । ଡିଇଓ ଓ ବିଇଓଙ୍କ ଦ୍ୱାରା ଆବେଦନ ପତ୍ର ଯାଞ୍ଚଠୁ ଆରମ୍ଭ କରି ଡାକ୍ତରୀ ପରୀକ୍ଷା ସବୁ ହେବ । ଶିକ୍ଷକ ବଦଳି ନିର୍ଦ୍ଦେଶ ବାହାରିବା ପରେ ପୋଷ୍ଟିଂ ସହ ସମସ୍ତ ପ୍ରକ୍ରିୟା ଜୁନ୍‌ ୨୧ ସୁଦ୍ଧା ଶେଷ ହେବ। ଏନେଇ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି । ଗତ ୨୯ ତାରିଖରେ ନିର୍ଦ୍ଦେଶାଳୟ ପକ୍ଷରୁ ବଦଳି ଆବେଦନ ନେଇ ଚିଠି ହୋଇଛି । ମାର୍ଚ୍ଚ ୧ରୁ ୧୬ ତାରିଖ ଯାଏ ଶିକ୍ଷକଙ୍କ ପ୍ରୋଫାଇଲ୍‌ ଅପଡେଟ୍‌ କରାଯିବ । ମାର୍ଚ୍ଚ ୧୭ରୁ ଏପ୍ରିଲ ୧ ଯାଏ ବଦଳି ପାଇଁ ଆବେଦନ କରାଯିବ । ଏପ୍ରିଲ ୨ରୁ ୧୧ ତାରିଖ ମଧ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଆବେଦନପତ୍ର ଯାଞ୍ଚ ହେବ । ମେଡିକାଲ ମାମଲାରେ ଆବେଦନ କରିଥିବା ଶିକ୍ଷକଙ୍କ ପାଇଁ ଯାଞ୍ଚପତ୍ର ୧୫ରୁ ୧୯ ତାରିଖ ମଧ୍ୟରେ ମେଡିକାଲ ବୋର୍ଡକୁ ଦିଆଯିବ । ଏହାପରେ ମେ ୯ରେ ବୋର୍ଡ ପକ୍ଷରୁ ରିପୋର୍ଟ ପ୍ରକାଶ, ୧୪ରେ ମେଡିକାଲ ସାର୍ଟିଫିକେଟ ଅପଲୋଡ୍‌ ହେବ । ୨୮ରୁ ୨୯ ମଧ୍ୟରେ ବଦଳି ନିର୍ଦ୍ଦେଶ ପ୍ରକାଶ ପାଇବ । ଜୁନ୍‌ ୬ ତାରିଖ ସୁଦ୍ଧା ବଦଳି ଶିକ୍ଷକଙ୍କ ନୂଆ ସ୍କୁଲରେ ପୋଷ୍ଟିଂ ଓ ପୁରୁଣା ସ୍କୁଲରୁ ରିଲିଭ୍‌ ହେବେ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!