ନୟାଗଡ, (ବାଘୁଆବାର୍ତ୍ତା): ଆଜି ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ଆଞ୍ଚଳିକ ଉନ୍ନୟନ କମିଟି ଦର୍ପନାରାୟଣପୁର ର ସଦସ୍ୟ ବୃନ୍ଦ ଦର୍ପନାରାୟଣପୁର କୁ ଏକ ବ୍ଲକ ର ମାନ୍ୟତା ଦେବା ପାଇଁ ନୟାଗଡ ର ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ପ୍ରକାଶ ଥାଉକି ଦର୍ପନାରାୟଣପୁର ୧୯୫୫ ମସିହା ଅକ୍ଟୋବର ୨ ତାରିଖ ରେ ଏକ ବ୍ଲକ ର ମାନ୍ୟତା ପାଇଥିଲା ଏବଂ ଏହା ଗୋଟିଏ ବର୍ଷ ପରେ ରଣପୁର କୁ ଉଠି ଯାଇଥିଲା ।ଦର୍ପନାରାୟଣପୁର ର ସ୍ଵାଧୀନତା ସଂଗ୍ରାମୀ ଶୁକ୍ର ବେହେରା ଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଏହା ଗୋଟିଏ ବ୍ଲକ ର ମାନ୍ୟତା ପାଇଥିଲା ମାତ୍ର ବିଭିନ୍ନ ଅସୁବିଧା ଯୋଗୁଁ ଏହା ଚିର ସ୍ଥାୟୀ ହୋଇପାରିନଥିଲା । ବର୍ତ୍ତମାନ ଉନ୍ନୟନ କମିଟି ଏଠାରେ ଏକ ବ୍ଲକ ହେବାପାଇଁ ଦାବି ରଖୁଛି । କମିଟିର ସଭାପତି ଇଂ ପଦ୍ମନାଭ ପରିଡ଼ା ସମ୍ପାଦକ ଚୈତନ୍ୟ ବେହେରା , କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ନାୟକ ଏବଂକାର୍ଯ୍ୟକାରୀ ସଦସ୍ୟ ଶଙ୍କର୍ଷଣ ବିଶ୍ଵାଳ, ପାଣ୍ଡବ ସେଠୀ, ଚୈତନ୍ୟ ସାହୁ, ସୁରେଶ ଜେନା, ଅଲେଖ ବିହାରୀ ଭଞ୍ଜ , ଗୋପୀନାଥ ପ୍ରଧାନ ଓ ଜିତେନ୍ଦ୍ର ନାୟକ ପ୍ରମୁଖ ସମସ୍ତ ସଦସ୍ୟ ମାନେ ଦର୍ପନାରାୟଣପୁରର ଅଞ୍ଚଳବାସୀ ଙ୍କ ତରଫ ରୁ ଏହି ଦାବି ପତ୍ର ପ୍ରଦାନ କରି ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଅନୁରୋଧ କରିଥିଲେ କି ଦର୍ପନାରାୟଣପୁର ବ୍ଲକ ରେ ବର୍ତ୍ତମାନ ସୁଦ୍ଧା ୩ ଏକର ୨୮ ଡିସିମିଲ ଜାଗା ରହିଅଛି ଯେଉଁଠାରେ ଏକ ବ୍ଲକ ହେଇପାରିବ ଏବଂ ଏଥିପାଇଁ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ଦର୍ପନାରାୟଣପୁରବାସୀ କରିବେ ବୋଲି କମିଟି ର ସଦସ୍ୟ ମାନେ ପ୍ରକାଶ କରିଥିଲେ। ଦର୍ପନାରାୟଣପୁର ଏକ ବ୍ଲକ ର ମାନ୍ୟତା ପାଇବା ପରେ ଏହାର ସଂଲଗ୍ନ ଗ୍ରାମ ଗୁଡ଼ିକର ଉନ୍ନତି ଓ ବିକାଶ ସମ୍ଭବ ହୋଇପାରିବା ର ସମ୍ଭାବନା ରହିଛି ବୋଲି ସେମାନେ ଦାବି ପତ୍ର ରେ ଉଲ୍ଲେଖ କରିଛନ୍ତି।





