ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅଞ୍ଚଳରେ ଜଣେ ୧୪ ବର୍ଷିୟ ନାବାଳିକାକୁ ଅସଦାଚରଣ ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଥିବା ସୂଚନା ମିଳିଛି । ଯୁବକ ଜଣଙ୍କ ହେଲେ ବଡ଼ଶିଲିଙ୍ଗା ପଞ୍ଚାୟତ ଶିଖରଗୋଚ୍ଛା ଗ୍ରାମର ଚନ୍ଦନ ନାୟକ । ଗତ ୧୪ ତାରିଖରେ ନାବାଳିକା ଗାଧୋଇବା ପାଇଁ ଯିବା ବେଳେ ଅଭିଯୁକ୍ତ ଅସଦାଚରଣ କରିଥିବା ନେଇ ଗଣିଆ ଥାନାରେ ଅଭିଯୋଗ ହୋଇଥିଲା । ଗଣିଆ ପୁଲିସ ପକ୍ସୋ ଆକ୍ଟରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଜାମିନନାମାଞ୍ଜୁର ହେବାରୁ ତାଙ୍କୁ ଖଣ୍ଟୁବନ୍ଧ ଉପକାରଗାରକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ଜୟ ପ୍ରକାଶ ପରିଡ଼ା ସୂଚନା ଦେଇଛନ୍ତି ।





