ଦଶପଲ୍ଲା, (ବାଘୁଆବାର୍ତ୍ତା): ୫୭ ନମ୍ବର ଜାତୀୟ ରାଜପଥର ଦଶପଲ୍ଲା – ବାଣୀଗୋଛା ରାସ୍ତାର ପଥରପୁଞ୍ଜା ଛକ ନିକଟରେ ଶୁକ୍ରବାର ଦିନ ଅଜଣା ଗାଡି ଧକ୍କାରେ ଜଣେ ସାଇକେଲ ଚାଳକଙ୍କର ମୃତ୍ୟୁ ଘଟିଛି | ମୃତକ ଜଣଙ୍କ ଦଶପଲ୍ଲା ଏନ୍ଏସି ଅନ୍ତର୍ଗତ ନରସିଂହପୁର୍ ଗ୍ରାମର ହାଡ଼ି ମହାକୁଡ଼ ବୋଲି ଜଣାପଡିଛି | ହାଡ଼ି ସାଇକେଲରେ ଆସୁଥିବା ବେଳେ ଅଜଣା ଗାଡି ଧକ୍କା ଦେଇ ଚମ୍ପଟ୍ ମାରିଛି |






