ନୟାଗଡ଼, (ବାଘୁଆବାର୍ତ୍ତା): ପୁଲିସକୁ ମିଳିଛି ବଡ଼ ସଫଳତା । ଡକାୟତ ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇପାରିଛି ବଡ଼ଚଣା ପୁଲିସ । ସେମାନଙ୍କଠାରୁ ୨୭ଗ୍ରାମ ସୁନା ଅଳଙ୍କାର, ନଗଦ ୨୦ହଜାର ଟଙ୍କା, ୨ଟି ବାଇକ, ଦାମି ମୋବାଇଲ , ଲାପଟପ୍ ଓ କ୍ୟାମେରା ସହ ବିଭିନ୍ନ ସାମଗ୍ରୀ ଜବତ କରିଛି । ଡକାୟତମାନେ ଜଗତସିଂହପୁର ଓ କେନ୍ଦ୍ରାପଡା ଅଞ୍ଚଳର ବୋଲି ଜଣାପଡ଼ିଛି । ସୂଚନାନୁସାରେ, ଆଜି ବଡ଼ଚଣା ପୁଲିସ ୪ଜଣ ଜାୟୀୟ ରାଜପଥ ଡକାୟତକୁ ଗିରଫ୍ କରିଛି । ଉକ୍ତ ଡକାୟତ ମାନେ ଜାତୀୟ ରାଜପଥରେ ଲୋକମାନଙ୍କୁ ଲିପ୍ଟି ଦେଇ ସେମାନଙ୍କ ସହିତ ସୁସଂପର୍କ ସ୍ଥାପନ କରି ଚା ପିଆଇ ସେମାନଙ୍କ ଠାରୁ ଲୁଟ୍ କରିଥିବା ଅଭିଯୋଗ ହେବା ପରେ ବଡ଼ଚଣା ପୁଲିସ ତତପରତା ଦେଖାଇ ଆଜି ସେମାନଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରାଯାଇଥିବା ଯାଜପୁରରୋଡ ଏସଡିପିଓ ଚିନ୍ମୟ କୁମାର ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।





