Tuesday, September 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଡିଜିଟାଲ ଆରେଷ୍ଟର ଦେଖାଇ ଲୁଟିନେଲେ ୩୪ ଲକ୍ଷ

by ସଞ୍ଜୟ ସ୍ୱାଇଁ
January 30, 2025
in Crime, State
ଡିଜିଟାଲ ଆରେଷ୍ଟର ଦେଖାଇ ଲୁଟିନେଲେ ୩୪ ଲକ୍ଷ
143
VIEWS
Share on FacebookShare on Twitter

ବ୍ରହ୍ମପୁର, (ବାଘୁଆବାର୍ତ୍ତା): ସାଇବର ଗ୍ୟାଙ୍ଗ ସବୁବର୍ଗର ଯୁବତୀଯୁବକଙ୍କଠାରୁ ଆରମ୍ଭ କରି ଉଚ୍ଚଶିକ୍ଷିତ ଲୋକଙ୍କୁ ମଧ୍ୟ ଠକିବାକୁ ପଛେଇନାହାନ୍ତି। ଏଥିପାଇଁ ସେମାନେ ନୂଆନୂଆ ତରିକା ଅପଣାଉଛନ୍ତି। ପୋଲିସ ମଧ୍ୟ ସେମାନଙ୍କ ଟେର ପାଇପାରୁନି। ପୋଲିସ ପକ୍ଷରୁ ଏନେଇ ଯେତେ ସଚେତନ କଲେ ମଧ୍ୟ ସାଇବର ଠକଙ୍କ ଉପରେ ଏହାର କିଛି ପ୍ରଭାବ ପଡୁନାହିଁ। କୁକୁଡାଖଣ୍ଡି ଅଞ୍ଚଳରେ ରହୁଥିବା ଶିକ୍ଷକ ଦମ୍ପତି ସେମାନଙ୍କ ଠକେଇର ଶିକାର ହୋଇଛନ୍ତି। ସେମାନଙ୍କୁ ଡିଜିଟାଲ ଆରେଷ୍ଟର ଭୟ ଦେଖାଇ ୩୪ଲକ୍ଷ ୫୦ ହଜାର ଟଙ୍କା ନେଇଯାଇଛନ୍ତି ସାଇବର ଗ୍ୟାଙ୍ଗ। ଏନେଇ ଶିକ୍ଷୟିତ୍ରୀ ଜଣକ ବ୍ରହ୍ମପୁର ସାଇବର ଓ ଅର୍ଥନୈତିକ ଥାନାରେ ବୁଧବାର ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଛି। ଏନେଇ ପୋଲିସ ଏକ ମାମଲା(ନଂ. ୧୨/୨୫) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଘଟଣାରୁ ପ୍ରକାଶ, ଶିକ୍ଷୟିତ୍ରୀଙ୍କ ସ୍ବାମୀଙ୍କ ମୋବାଇଲକୁ ଜାନୁଆରୀ ୨୦ରେ ନିଜକୁ ଟ୍ରାଇର ଜଣେ ଅଧିକାରୀ ଭାବେ ପରିଚୟ ଦେଇ ଏକ ଅଜଣା ଫୋନ କଲ ଆସିଥିଲା। ଦୁଇ ଘଣ୍ଟା ମଧ୍ୟରେ ସିମ ବନ୍ଦ ହୋଇଯିବ ବୋଲି ସେ କହିଥିଲେ। ତାଙ୍କ ସ୍ବାମୀଙ୍କ ଆଧାର ନମ୍ବର ସହ ଉକ୍ତ ଫୋନ ନମ୍ବର ଯୋଡି ରହିଛି। ସେହିପରି ତାଙ୍କ ନାମରେ ୨କୋଟି ୩୮ ଲକ୍ଷ ଟଙ୍କାର ଏକ ମନିଲଣ୍ଡ୍ରିଙ୍ଗ ମାମଲା ମହାରାଷ୍ଟ୍ରର କୋଲାବ ଥାନାରେ ରୁଜୁ ହୋଇଛି। ଯାହାର ଆରେଷ୍ଟ ୱାରେଣ୍ଟ ମଧ୍ୟ ବାହାରିସାରିଛି। ପରେ ହ୍ବାଟ୍ସଆପରେ ୪ଟି ନମ୍ବର ଯୋଗେ ଭିଡିଓ କଲ ମାଧ୍ୟମରେ ଯୋଡି ହେବାକୁ ସାଇବର ଠକ ଶିକ୍ଷୟିତ୍ରୀଙ୍କୁ କହିଥିଲେ। ସେ ଉକ୍ତ ନମ୍ବରକୁ କଲ କରିବା ବେଳେ ସେମାନେ ନିଜକୁ ୍‌ପୋଲିସ ଅଫିସର, ସୁପ୍ରିମକୋର୍ଟ ଜଜ୍‌ ଭାବେ ମଧ୍ୟ ପରିଚୟ ଦେଇଥିଲେ। ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ସମସ୍ତ ଟଙ୍କା ରିଜର୍ଭ ବ୍ୟାଙ୍କକୁ ଟ୍ରାନ୍ସଫର ହେବ। ଘଟଣାର ତଦନ୍ତ ପରେ ସେ ସମସ୍ତ ଟଙ୍କା ଫେରି ପାଇବେ ବୋଲି କହିଥିଲେ। ଟଙ୍କା ଜମା ନ କଲେ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କୁ ଗିରଫ କରାଯିବ ବୋଲି ସେମାନେ ଭୟଭୀତ କରିଥିଲେ। ସେମାନଙ୍କ କଥାରେ ଭୟଭୀତ ହୋଇ ଶିକ୍ଷୟିତ୍ରୀ ଜଣଙ୍କ ନିଜ ଅଙ୍କୁଶପୁର ଷ୍ଟେଟବ୍ୟାଙ୍କରୁ ଗତ ୨୧ ତାରିଖରେ ୩୦ ଲକ୍ଷ ଟଙ୍କା ମଧ୍ୟପ୍ରଦେଶର ବିଥେଲ ମିଶନ ସ୍କୁଲକୁ ଟ୍ରାନ୍ସଫର କରିବା ସହ ୨୨ ତାରିଖରେ ବ୍ରହ୍ମପୁର ବିଜୁପୁର ଶାଖାରେ ଥିବା ଷ୍ଟେଟବ୍ୟାଙ୍କରୁ ୪ ଲକ୍ଷ ୫୦ ହଜାର ଟଙ୍କା ଅନ୍ୟ ଏକ ବ୍ୟାଙ୍କ ଆକାଉଣ୍ଟକୁ ଆରଟିଜିଏସ କରିଥିଲେ। ପରେ ମଧ୍ୟ ସାଇବର ଠକମାନେ ଉଭୟ ଦମ୍ପତିଙ୍କୁ ବାରମ୍ବାର ଫୋନ କରି ଭୟଭୀତ କରିବାରେ ଲାଗିଥିଲେ। ଶେଷରେ ଶିକ୍ଷୟିତ୍ରୀ ଜଣଙ୍କ ଅଙ୍କୁଶପୁର ଷ୍ଟେଟବ୍ୟାଙ୍କ ଶାଖାକୁ ଯାଇ ଏନେଇ ମ୍ୟାନେଜରଙ୍କ ସହ ଆଲୋଚନା କରିଥିଲେ। ସାଇବର ଠକଙ୍କ ଶିକାର ହୋଇଥିବା ଜାଣିବା ପରେ ଶିକ୍ଷୟିତ୍ରୀ ଥାନାରେ ଏତଲା ଦେଇଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!