ଭୁବନେଶ୍ୱର,(ବାଘୁଆବା ର୍ା): ୧୬ଟି ଜିଲ୍ଲାରେ ଆସନ୍ତାକାଲିଠାରୁ ୪ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଏହି ସମୟରେ ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ିଘଡି଼ ହେବାର ସମ୍ଭାବନା ଥିବାରୁ ୧୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛିଥିବା ଜଣାପଡିଛି । ୧୬ଟି ଜିଲ୍ଲା ହେଲା ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼, ନୂଆପଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଅନୁଗୁଳ, କଟକ, ବଲାଙ୍ଗିର, ଭଦ୍ରକ, ଯାଜପୁର, ବୌଦ୍ଧ, କନ୍ଧମାଳ ଓ ବରଗଡ଼ ଜିଲ୍ଲା ଗୁଡିକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଥିବା ସୂଚନା ମିଳିଛି ।





