Tuesday, September 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟ୍ରେଡର୍‌ଙ୍କୁ ଅପହରଣ ଘଟଣା, ୩ ଗିରଫ

by ସଞ୍ଜୟ ସ୍ୱାଇଁ
January 30, 2025
in Crime, State
ଟ୍ରେଡର୍‌ଙ୍କୁ ଅପହରଣ ଘଟଣା, ୩ ଗିରଫ
93
VIEWS
Share on FacebookShare on Twitter

ବ୍ରହ୍ମପୁର, (ବାଘୁଆବାର୍ତ୍ତା): ବିନିଯୋଗ ଅର୍ଥର ଦୁଇ ଗୁଣ ଫେରସ୍ତ କରିବା ପ୍ରତିଶ୍ରୁତି ଦେଇ ୪ କୋଟି ଟଙ୍କା ଚଳୁ କରିଦେଇଛନ୍ତି ଜଣେ ଅନ୍‌ଲାଇନ୍‌ ଟ୍ରେଡର । ଟଙ୍କା ଫେରସ୍ତ ନ କରିବାରୁ ଟ୍ରେଡର ବ୍ରହ୍ମପୁର ପାତ୍ରପେଟା ସାହିର ସେଖ୍‌ ସୁଲେମାନ୍‌ ଅଲ୍ଲୀ(୩୪) ଙ୍କୁ ଅପହରଣ କରି ଜମା ଟଙ୍କା ମାଗିଲେ ଜମାକାରୀ । ଅପହୃତ ଟ୍ରେଡରଙ୍କୁ ଉଦ୍ଧାର କରିବା ସହ ଏହି ମାମଲାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ବ୍ରହ୍ମପୁର ଟାଉନ୍‌ ଥାନା ପୁଲିସ ବ୍ରହ୍ମପୁର ହର୍ଷ ବିହାରର ଶେଖ୍‌ ଅଲ୍‌ତାଫ ଓରଫ ଅଲତାଫ(୩୨), ଖ୍ୱାଜା ସାହିର ମହମ୍ମଦ ସତାର୍‌ ଓରଫ୍‌ ଇମ୍‌ରାନ୍‌ (୩୯) ଓ ଗୋଲିଲା ସାହିର ସୟଦ୍‌ ନୁର୍‌ ମହମ୍ମଦ ଖାଦ୍ରି ଓରଫ୍‌ ଜାଫର(୩୦) । ସେମାନଙ୍କ ଠାରୁ ମୋବାଇଲ୍‌ ଫୋନ୍‌ ଜବତ ହୋଇଛି । ସେପଟେ ଟଙ୍କା ଠକେଇ ଓ ଆକ୍ରମଣ ଦୁଇଟି ମାମଲାରେ ଅପହୃତ ସେଖ୍‌ ସୁଲେମାନ ଅଲ୍ଲୀ, ଆକ୍ରମଣ ମାମଲାରେ ଖ୍ୱାଜା ସାହିର ୟୁନୁସ୍‌ ଖାନ୍‌ (୪୦) ଓ ସଲିମ୍‌ ଖାନ୍ (୩୭), ମନସୁର ବେଗ୍‌(୪୧), ସୟଦ ଏହସାନ୍‌(୩୩), ଶେଖ ଅଜିମ୍‌(୩୩)ଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ବ୍ରହ୍ମପୁର ଏସ୍‌ପି ଡା.ସର୍‌ବଣା ବିବେକ ଏମ୍‌ଙ୍କ ସୂଚନା ପ୍ରକାରେ, ଗତ ୨୩ ତାରିଖ ସନ୍ଧ୍ୟା ୬ଟା ୩୦ରେ ଅଭିଯୁକ୍ତ ଓ ସେମାନଙ୍କ କିଛି ସହଯୋଗୀ ସୁଲେମାନଙ୍କ ଘରକୁ ପଶି ଯାଇଥିଲେ । ସେମାନଙ୍କଠାରୁ ନେଇଥିବା ଟଙ୍କା ଫେରସ୍ତ ନକଲେ ହତ୍ୟା କରିବାକୁ ଧମକ ଦେଇଥିଲେ । ତାଙ୍କୁ ଗୋଟିଏ ବାଇକ୍‌ରେ ମିଲିଟାରୀ ଲେନ୍‌କୁ ନେଇଥିଲେ । ସେଠାରୁ କାର୍‌ରେ ତାଙ୍କୁ ଦିଗପହଣ୍ଡି ନେଇଥିଲେ । ଦିଗପହଣ୍ଡିରେ ସୁଲେମାନଙ୍କୁ ରଖି ସେ ନେଇଥିବା ୪ କୋଟି ଟଙ୍କା ଫେରସ୍ତ କରିବାକୁ କହିଥିଲେ । ଟଙ୍କା ନଫେରାଇଲେ ହତ୍ୟା କରିବେ ବୋଲି ଧମକ ଦେଇଥିଲେ । ଏହି ସମୟରେ ଟାଉନ୍‌ ଥାନା ପୁଲିସ ସୂଚନା ପାଇ ସୁଲେମାନ୍‌ଙ୍କୁ ଦିଗପହଣ୍ଡିରୁ ଉଦ୍ଧାର କରିଥିଲା । ଏସ୍‌ପିଙ୍କ ସୂଚନା ପ୍ରକାରେ, ସୁଲେମାନ୍‌ ୧୫୦ ଜଣଙ୍କଠାରୁ ୪ କୋଟିରୁ ଉଦ୍ଧ୍ୱର୍ ଟଙ୍କା ନେଇଛନ୍ତି । ଦୁଇଗୁଣ ଟଙ୍କା ଫେରସ୍ତ କରିବାକୁ ସେ ପ୍ରତିଶ୍ରୁତି ଦେଇଥିଲେ । ସେ ଜଣେ ଅନ୍‌ଲାଇନ୍‌ ଟ୍ରେଡର ହୋଇଥିବା ତଦନ୍ତରେ ଜଣାପଡ଼ିଛି । ଲୋକଙ୍କ ମୂଳ ଟଙ୍କା କିମ୍ବା ଲାଭାଂଶ ନ ଫେରାଇବାରୁ ଅଭିଯୁକ୍ତମାନେ ସୁଲେମାନଙ୍କୁ ଅପହରଣ କରିଥିଲେ । ତାରିଖରେ ସୁଲେମାନ ଉଦ୍ଧାର ହେବା ପରେ ଜମାକାରୀଙ୍କ ଟଙ୍କା ଫେରସ୍ତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଗତ ୨୮ତାରିଖ ଅପରାହ୍ନ ୨ଟାରେ କିଛି ଜମାକାରୀଙ୍କୁ ଟଙ୍କା ଫେରାଇବାକୁ ଘରକୁ ଡାକିଥିଲେ ସୁଲେମାନ । ବହୁ ଜମାକାରୀ ସେଠାରେ ଭିଡ଼ କରିଥିଲେ ଏବଂ ଗଣ୍ଡଗୋଳ ହୋଇଥିଲା । ଖଣ୍ଡା, କାତି, ଠେଙ୍ଗା ଓ ପଥରରେ ଆକ୍ରମଣ ଏବଂ ପ୍ରତିଆକ୍ରମଣ ହୋଇଥିଲା । ଏଥିରେ ୟୁନୁସ୍‌ ଖାନ୍‌ (୪୦) ଓ ସାୟଦ ଏସାନ୍‌ ଆହତ ହୋଇଥିଲେ । ସମସ୍ତ ଘଟଣାକୁ ନେଇ ତିନିଟି ମାମଲା ରୁଜୁ ହୋଇଥିବା ବେଳେ ୯ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ଏସ୍‌ପି ଏକ ପ୍ରେସ୍‌ ବିବୃତିରେ ସୂଚନା ଦେଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!