Wednesday, September 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୪ ଘରେ କଳାକନା ବୁଲାଇଦେଲେ ଦୁର୍ବୃର୍ତ୍ତ, ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍

by ସଞ୍ଜୟ ସ୍ୱାଇଁ
January 30, 2025
in Crime, State
୪ ଘରେ କଳାକନା ବୁଲାଇଦେଲେ ଦୁର୍ବୃର୍ତ୍ତ, ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍
23
VIEWS
Share on FacebookShare on Twitter

ସୋର, (ବାଘୁଆବାର୍ତ୍ତା): ଯାତ୍ରା ଦେଖିବାକୁ ଯାଇଥିବା ବେଳେ ୪ ଘରେ କଳାକନା ବୁଲାଇଦେଲେ ଦୁର୍ବୃର୍ତ୍ତ। ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକା ଅନ୍ତର୍ଗତ ୧୬ନଂ ୱାର୍ଡ ଥାନା ତୁଣ୍ଡପଡ଼ା ଗ୍ରାମରେ ଏଭଳି ଘଟଣା ଘଟିଛି। ଗାଁରେ ଏକ ଯାତ୍ରାପାର୍ଟି ଚାଲିଥିବା ବେଳେ ୪ଟି ଘରେ ଚୋରି ହୋଇଛି। ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସମେତ ନଗଦ ଟଙ୍କା ଲୁଟ୍ ହୋଇଛି। ସିସିଟିଭି ଫୁଟେଜରେ ଲୁଟ୍ ବେଳର ଦୃଶ୍ୟ କଏଦ ହୋଇଛି। ସୂଚନାନୁଯାୟୀ, ତୁଣ୍ଡପଡ଼ା ଗ୍ରାମରେ ଏକ ଯାତ୍ରାପାର୍ଟି ପଡ଼ିଥିଲା। ବୁଧବାର ରାତିରେ ଗାଁର ସବୁ ଲୋକ ଯାତ୍ରା ଦେଖିବାକୁ ଯାଇଥିଲେ। ଏହାର ସୁଯୋଗ ନେଇ ଲୁଟେରାମାନେ ଗାଁ ଭିତରେ ପଶିଥିଲେ। ଗାଁର ମନ୍ମଥ ନାୟକ, ସଞ୍ଜୟ ନାୟକ, ମାର୍କଣ୍ଡ ନୟକ ଏବଂ ଧିରେନ ଦାସଙ୍କ ଘର କବାଟ ଭାଙ୍ଗି ଚୋରି କରିଥିଲେ। ସଞ୍ଜୟ ନାୟକଙ୍କ ଘରୁ ୮୫ହଜାର ଟଙ୍କା ସହିତ ୪ ଭରି ସୁନାଗହଣା, ମାର୍କଣ୍ଡ ନାୟକଙ୍କ ଘରୁ ଦୁଇ ଭରି ସୁନା ସହ ୭୫ ହଜାର ଟଙ୍କା, ଧିରେନ ଦାସଙ୍କ ଘରୁ ୭ରୁ ୮ ଲକ୍ଷ ଟଙ୍କାର ସୁନାଗହଣା ସହ ନଗଦ ଟଙ୍କା ଚୋରି ହୋଇଥିବା ଜଣାପଡ଼ିଛି। ସେହିପରି ମନ୍ମଥ ନାୟକ ଏବଂ ସଞ୍ଜୟ ନାୟକଙ୍କ ଘରୁ ମଧ୍ୟ ଲୁଟ୍ ହୋଇଛି। ଲୁଟ୍ ବେଳର ଦୃଶ୍ୟ ମନ୍ମଥ ନାୟକଙ୍କ ସିସିଟିଭିରେ କଏଦ ହୋଇଛି। ପୂର୍ବରୁ ଉକ୍ତ ଗ୍ରାମର ମୀନତି ପ୍ରଧାନଙ୍କ ଘରୁ ଲୁଟ୍ ହୋଇଥିଲା। ଗାଁରେ ବାରମ୍ଵାର ଏଭଳି ଲୁଟ୍ ହେଉଥିବାରୁ ଗ୍ରାମବାସୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେପଟେ ସିସିଟିଭି ଫୁଟେଜ୍ ଥିଲେ ମଧ୍ୟ ପୋଲିସ ହାତ ଖାଲି। ଏପର୍ଯ୍ୟନ୍ତ ଲୁଟେରାଙ୍କ ସନ୍ଧାନ ପାଇନି ପୋଲିସ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!