Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆଜିଠୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ, ୧ରୁ ଗଣଧାରଣା

by ସଞ୍ଜୟ ସ୍ୱାଇଁ
January 29, 2025
in Nayagarh, State
ଆଜିଠୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ, ୧ରୁ ଗଣଧାରଣା
683
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ବିଭିନ୍ନ ଦାବି ନେଇ ଆକାଉଣ୍ଟାଣ୍ଟ କମ୍ ସପୋର୍ଟ ଷ୍ଟାଫ ଏବଂ ଏମ୍ଆଇଏସ କମ୍ ପ୍ଲାନିଂ କୋ-ଅର୍ଡିନେଟରଙ୍କ ରାଜ୍ୟ ସଂଘର ଆହ୍ୱାନ କ୍ରମେ ବୁଧବାରଠାରୁ ଭୁବନେଶ୍ୱର ଲୋୟର ପିଏମଜିରେ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟ ନ୍ତ ଗଣଧାରଣା ଦିଆଯିବ । ଏ ନେଇ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଗତ ୨୬ ତାରିଖ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶଙ୍କ ଜରିଆରେ ଚେତାବନୀ ଦିଆଯାଇଛି । ନୟାଗଡ଼ ଜିଲ୍ଲାର ସମସ୍ତ ୮ ବ୍ଲକରେ କାର୍ୟ୍ୟରରତ ସମଗ୍ର ଶିକ୍ଷାର କର୍ମକର୍ତ୍ତା ଏହି ଗଣଧାରଣା ସମ୍ପର୍କିତ ସ୍ମାରକ ପତ୍ର ନିଜ ନିଜର ମଣ୍ଡଳ ଶିକ୍ଷା ଅଧିକାରୀ/ଅଧୀକାରୀଣୀଙ୍କୁ ପ୍ରଦାନ କରିଛନ୍ତି । ଆକାଉଣ୍ଟାଣ୍ଟ କମ୍ ସପୋର୍ଟ ଷ୍ଟାଫ୍ ଏବଂ ଏମଆରଏସ କମ୍ ପ୍ଲାନିଂ କୋ-ଅର୍ଡିନେଟର ଦୀର୍ଘ ୧୨ ବର୍ଷ ଧରି ଦ୍ୱଳ୍ପ ବେତନରେ ନିଷ୍ଠାର ସହିତ ଗୋଷ୍ଠୀ ଶିକ୍ଷା କାର୍ୟ୍ୟାଳୟ ଗୁଡିକରେ କାର୍ୟ୍ୟ ସମ୍ପାଦନ କରି ଆସୁଛନ୍ତି । ସେମାନଙ୍କୁ ଏ ପର୍ୟ୍ୟନ୍ତ ସରକାର ସ୍ଥାୟୀ ନିଯୁକ୍ତି ପ୍ରଦାନ ନକରି ଠିକା କର୍ମଚାରୀ ଭାବ ସ୍ୱଳ୍ପ ଦରମା ଦେଇ କାମ କରି ଆସୁଛନ୍ତି । ଏହି ବିଭାଗର ଅନ୍ୟ କର୍ମଚାରୀଙ୍କ ପାଇଁ ଅଦ୍ୟ ଖର୍ଚ୍ଚରୁ ରାଜ୍ୟ ସରକାର ଦରମା ବୃଦ୍ଧି କରୁଥିବା ବେଳେ ଏମାନଙ୍କୁ ସଦାବେଳେ ଉପେକ୍ଷିତ କରୁଛନ୍ତି । ତେଣୁ ଉପଯୁକ୍ତ ମାସିକ ବେତନ ପ୍ରଦାନ ଏବଂ ସ୍ଥାୟୀ ନିଯୁକ୍ତ ଦାବିରେ ବୁଧବାରଠାରୁ କାର୍ୟ୍ୟ ବନ୍ଦ କରାଯାଇଥିବା ବେଳେ ଓ ଫେବୃଆରୀ ୧ରୁ ଗଣଧାରଣା ଦେବା ପାଇଁ ସୁଚନା ପ୍ରଦାନ କରିଛନ୍ତି । ଏହା ଫଳରେ ଶିକ୍ଷକଙ୍କ ଦରମା ଭଳି ଅନେକ କାମ ବାଧା ସୃଷ୍ଟି ହେବାର ସୁଚନା ମିଳିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!