ଢେଙ୍କାନାଳ,(ବାଘୁଆବାର୍ତ୍ତା) : ଢେଙ୍କାନାଳ ସଦର ରେଞ୍ଜ ଗଦାଶିଳା ସେକସନ ହଳଦିଆବାହାଳ ଜାତୀୟ ରାଜପଥ ନିକଟରେ ୫୦ ଟିକିଆ ହାତୀପଲକୁ ଦେଖିବାକୁ ମିଳିଛି। ଏହି ବିଶାଳକାୟ ହାତୀପଲ ଆଜି ସକାଳୁ ସକାଳୁ ୫୫ ନମ୍ବର ଜାତୀୟ ରାଜପଥ ପାର ହୋଇ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଫଳରେ କିଛି ସମୟ ଧରି ଜାତୀୟ ରାଜପଥ ୫୫ରେ ଗାଡ଼ିମଟର ଅଟକି ରହିଥିଲା। କଟକ-ସମ୍ବଲପୁର ରାସ୍ତାରେ ଯାତାୟାତ କରୁଥିବା ଗାଡ଼ି ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା।





