Saturday, June 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆଦ୍ରଭୂମି ସଂରକ୍ଷଣ ସମ୍ବନ୍ଧୀୟ ସଚେତନତା ଶୋଭାଯାତ୍ରା 

by ସଞ୍ଜୟ ସ୍ୱାଇଁ
January 28, 2025
in Education, Nayagarh
ଆଦ୍ରଭୂମି ସଂରକ୍ଷଣ ସମ୍ବନ୍ଧୀୟ ସଚେତନତା ଶୋଭାଯାତ୍ରା 
87
VIEWS
Share on FacebookShare on Twitter

ଓଡ଼ଗାଁ, (ବାଘୁଆବାର୍ତ୍ତା); ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଓ ପାଣିପାଗ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ଆଦ୍ରଭୂମି ସଂରକ୍ଷଣ ସଚେତନତା ସମ୍ବନ୍ଧୀୟ ସଚେତନତା ଶୋଭାଯାତ୍ରା ସରକାରୀ ଉଚ୍ଚ ବିଦ୍ୟାଳୟ, ରୋହିବାଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର ସାହୁ ଓ ଅବନ୍ତୀ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନର ଇକୋକ୍ଲବର ୩୫ ଜଣ ଛାତ୍ରଛାତ୍ରୀ, ସ୍କାଉଟ ଗାଇଡ଼ର ୧୫ ଜଣ ଓ ପ୍ରଧାନଶିକ୍ଷକ ସତ୍ୟନାରାୟଣ ଆଚାର୍ଯ୍ୟ ଏବଂ ଶିକ୍ଷୟିତ୍ରୀ ପ୍ରିୟଦର୍ଶନୀ ମହାପାତ୍ର,କ୍ରୀଡା ଶିକ୍ଷକ ଆଲୋକ ନାୟକ ସାମିଲ ହେବା ସହ ସମସ୍ତେ ନିଜର ଆଦ୍ରଭୂମି ପୋଖରୀ,ନଦୀ,ନାଳ,କୂଅ,ପଙ୍କ ଭୂମି,ହ୍ରଦ ଆଦିର ଉପକାରିତା ସମ୍ବନ୍ଧରେ ସ୍ଲୋଗାନ ଦେଇ ରୋହିବାଙ୍କ ଗ୍ରାମ ପରିକ୍ରମା କରିଥିଲେ।ପରିଶେଷରେ ଗାଁ ନିକଟ ସ୍ମଶାନ ପାଖରେ ଥିବା ପୋଖରୀରେ ପହଞ୍ଚି ପୋଖରୀ ହୁଡାକୁ ସଫାକରିବା ଓ କୂଳରେ ପଡ଼ିଥିବା ଜରି,ପତର, ଦାନ୍ତ କାଠି ଭଳି ଅଳିଆ ଆବର୍ଜନାକୁ ସଫାକରିଥିଲେ।ପ୍ରଧାନ ଶିକ୍ଷକ ଶ୍ରୀ ଆଚାର୍ଯ୍ୟ ପଲିଥିନର ଭୟାବହତା ଦ୍ୱାରା ଭୁନିମ୍ନକୁ ଜଳପ୍ରବେଶ ହ୍ରାସ, ଶିକ୍ଷୟିତ୍ରୀ ବେହେରା ଆମ ଚତୃପାର୍ଶ୍ୱରେ ଥିବା ଆଦ୍ରଭୂମିର ରକ୍ଷଣାବେକ୍ଷଣ,ଶିକ୍ଷକ ଶ୍ରୀ ସାହୁ ଆଗକୁ ପୂଜା ଆସୁଥିବାବେଳେ କେମିକାଲ ବୋଳା ମୂର୍ତ୍ତି ବିସର୍ଜନ, ଘରର ପର୍ବ ପର୍ବାଣୀରୁ ବାହାରୁଥିବା ମଉଳା ପୂଜା ଫୁଲ,ତଥା ଅନ୍ୟାନ୍ୟ ସାମଗ୍ରୀକୁ ଜଳାଶୟରରେ ନ ପକାଇ ଗଛମୂଳେ ଦେଇ ମାଟିର ଉର୍ବରତା ବଢାଇବା ସହିତ ପାଣିକୁ ଦୂଷିତରୁ ରକ୍ଷା କରିବା ଭଳି ଅନେକ ଉପାଦେୟ କଥା କଥା କହିଥିଲେ। ଶେଷରେ ୫ ଗୋଟି ନଡ଼ିଆ ଚାରାକୁ ପୋଖରୀ ହୁଡାରେ ରୋପଣ କରାଯାଇଥିଲା।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!