Monday, September 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅଳ୍ପକେ ବର୍ତ୍ତିଲେ ସ୍ୱାମୀ, କଣ୍ଟେନର ଧକ୍କାରେ ସ୍ତ୍ରୀ ମୃତ

by ସଞ୍ଜୟ ସ୍ୱାଇଁ
January 28, 2025
in Accident, State
ଅଳ୍ପକେ ବର୍ତ୍ତିଲେ ସ୍ୱାମୀ, କଣ୍ଟେନର ଧକ୍କାରେ ସ୍ତ୍ରୀ ମୃତ
92
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ସ୍କୁଟିକୁ ଧକ୍କା ଦେଲା କଣ୍ଟନର । ଫଳରେ ଜଣେ ମୃତ । ତେବେ ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଭେଲୋରା ବାଇ ପାସ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଜାରି ରହିଥିବା ବେଳେ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ । ତେବେ ମୃତ ମହିଳା ଜଣକ ହେଉଛନ୍ତି କରିସ୍ମା ଖାତୁନ । ସୂଚନା ମୁତାବକ, ଆଜି ସକାଳ ପ୍ରାୟ ୯ଟା ୩୦ ମିନିଟରେ ଏକ ସ୍କୁଟି ଯୋଗେ ସ୍ବାମୀ ଜବୁ ବକର ସିଦ୍ଦିକି ଓ ସ୍ତ୍ରୀ କରିଶ୍ମା ଖାତୁନ ମିଶି ଚନ୍ଦନେଶ୍ଵରରୁ ସୋର ଅଭିମୁଖେ ଯାଉଥିଲେ । ସେହି ସମୟରେ ବେଳେ ୬୦ନଂ ଜାତୀୟ ରାଜପଥ ଭେଲୋରା ଛକ ନିକଟରେ ସ୍କୁଟିକୁ ପଛପଟୁ ଏକ କଣ୍ଟେନର ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ସ୍ତ୍ରୀ କରିସ୍ମାଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏନେଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ କଣ୍ଟେନରକୁ ଅଟକ କରି ଥାନାକୁ ହସ୍ତାନ୍ତର କରିଥିଲେ। ତେବେ ଦୀର୍ଘ ୧୫ ବର୍ଷ ଧରି ଭେଲୋରା ଛକଠାରେ ନିର୍ମାଣାଧୀନ ରାଜପଥର କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ିଛି। ତେଣୁ ଏହାକୁ ତୁରନ୍ତ ଶେଷ କରିବାକୁ ଦାବି କରି ରାସ୍ତା ଅବରୋଧ କରିଥିଲେ ଆନ୍ଦୋଳନକାରୀ। ସେମାନେ ରାଜପଥ ପ୍ରୋଜେକ୍ଟ ଡାଇରେକ୍ଟରଙ୍କ ମତାମତ ଅପେକ୍ଷାରେ ଥିବା ବେଳେ ଘଟଣାସ୍ଥଳରେ ବସ୍ତା ତହସିଲଦାର ରାଧରଞ୍ଜନ୍ ଦାସ, ଏସଡିପିଓ ବ୍ରଜ ମୋହନ ପ୍ରଧାନ ପହଞ୍ଚି ଆନ୍ଦୋଳନ କାରୀଙ୍କ ସହ ଆଲୋଚନା ପରେ ଦୀର୍ଘ ଦୁଇ ଘଣ୍ଟା ପରେ ଆନ୍ଦୋଳନ ପ୍ରଶମିତ ହୋଇଥିଲା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!