Wednesday, September 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

’ସମର୍ଥ’ର ସମ୍ପାଦକ ଗିରଫ

by ସଞ୍ଜୟ ସ୍ୱାଇଁ
January 28, 2025
in Crime, State
’ସମର୍ଥ’ର ସମ୍ପାଦକ ଗିରଫ
152
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ସମ୍ବଲପୁରରେ ମାନସିକ ଅନଗ୍ରସରଙ୍କୁ ନିର୍ଯାତନା ଦେବା ମାମଲାରେ କାର୍ଯ୍ୟାନୁଷ୍ଠାନ। ସମର୍ଥର ସମ୍ପାଦକ ହରିଶ ଚନ୍ଦ୍ର ଦାସ ଓ ସହାୟିକା ସ୍ବାଗତିକା ପ୍ରଧାନଙ୍କୁ ଗିରଫ କଲା ପୋଲିସ। ଘଟଣାକୁ ଗୁରୁତର ସହ ନେଇଛି ଜିଲ୍ଲା ପ୍ରଶାସନ । ସମ୍ପାଦକଙ୍କୁ ଗିରଫ ପରେ ଜେଲକୁ ପଠାଇ ଦିଆଯାଇଛି। ଦୁଇ ଜଣଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠନ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ। ମହିଳା ସହାୟିକାଙ୍କ ବିରୁଦ୍ଧରେ ମଧ୍ୟ ହେବ କାର୍ଯ୍ୟାନୁଷ୍ଠାନ। ଏହାସହ ଖୁବଶୀଘ୍ର ବନ୍ଦ ହେବ ସମର୍ଥ ଅନୁଷ୍ଠାନ। ଦୀର୍ଘ ଦିନ ହେବ ଅନ୍ତେବାସୀଙ୍କୁ ସେ ଅକଥନୀୟ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଥିଲା। ବାସି ଖାଦ୍ୟ ଦିଆଯାଉଥିବା ସହ ମାଡ ମରାଯାଉଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ଚଢ଼ାଉ କରିଥିଲା ପୋଲିସ। ବିଭିନ୍ନ ଭିଡିଓ ଫୁଟେଜକୁ ଅନୁଧ୍ୟାନ କରିବା ପରେ ଜିଲ୍ଲା ପ୍ରଶାସନ ନିଜ ଆଡୁ ଲିଖିତ ଅଭିଯୋଗ କରିବା ପରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଛି ସମ୍ବଲପୁର ପୋଲିସ। ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ ଅଧିକାରୀ ନିଜଆଡୁ ଲିଖିତ ଅଭିଯୋଗ କରିବା ପରେ ଘଟଣାକୁ ଗୁରୁତର ସହ ନେଇଛି ସମ୍ବଲପୁର ପୋଲିସ। ସମ୍ପାଦକ ହରିଶ ଚନ୍ଦ୍ର ସାହୁ ଓ ସହାୟିକା ଏଏନମ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଏପରିକି ମହିଳା ଏବଂ ପୁରୁଷ ଅନ୍ତେବାସୀଙ୍କୁ ଗୋଟିଏ ଜାଗାରେ ଗାଧୋଇ ଦେବାର ଭିଜୁଆଲ ମଧ୍ୟ ମୋବାଇଲରେ କଏଦ ହୋଇଛି । ଖାଲି ସେତିକି ନୁହେଁ ପ୍ରତିଦିନ ମାତ୍ରାଧିକ ନିଶା ଡୋଜ ଦେବାରୁ ତିନି ଦିନ ଧରି ଅନ୍ତେବାସୀ ଅଚେତ ହୋଇ ରହୁଥିଲେ। ଘରକୁ ଯିବାକୁ ଚାହୁଁଥିଲେ ମଧ୍ୟ ମାଡ଼ମାରି ଅଚେତ କରି ପକେଇ ଦେଉଥିଲେ ପରିଚାଳକ । ନିର୍ଯାତନା ଯୋଗୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଅନ୍ତେବାସୀ ଅଭିଯୋଗ କରିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!