କୋଲକାତା,(ବାଘୁଆବାର୍ତ୍ତା): ପଶ୍ଚିମବଙ୍ଗ ରାଜ୍ୟରେ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ‘ମାଆ’ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ମାଆ ମାନଙ୍କୁ ୫ ଟଙ୍କାରେ ଭାତ, ଡାଲି, ସାଧା ଓ ଅଣ୍ଡା ତରକାରୀ ଯୋଗଇ ଦିଆଯିବ । ସ୍ୱୟଂ ସହାୟିକା ଗୋଷ୍ଠିକୁ ସ୍ୱାବଲମ୍ବୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ଏହାର ରୋଷେଇ ଦାୟିତ୍ୱ ଦେଇଥିବା ଜଣାପଡିଛି । ପ୍ରତି ମିଲ୍ ପିଛା ପଶ୍ଚିମବଙ୍ଗ ରାଜ୍ୟ ସରକାର ୧୫ ଟଙ୍କା ଖର୍ଚ୍ଚ କରିବା ପାଇଁ ସୂଚନା ଦେଇଛନ୍ତି ।





