ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ରଣପୁର ବ୍ଲକରେ ଆଜି ନୂତନ ବିଡିଓ କାର୍ଯ୍ୟରେ ଯୋଗ ଦାନ କରିଛନ୍ତି । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକରେ କାର୍ଯ୍ୟରତ ବିଡିଓ ମନୋଜ କୁମାର ନାୟକଙ୍କର ନିକଟରେ ରଣପୁର ବ୍ଲକକୁ ବଦଳି ହୋଇଥିଲା । ଆଜି ସେ ରଣପୁର ବ୍ଲକରେ ବିଧିବଦ୍ଧ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ରଣପୁର ବ୍ଲକରେ କାର୍ଯ୍ୟରତ ବିଡିଓ ସୁଧୀର କୁମାର ନାୟକଙ୍କର କୌଣସି ସ୍ଥାନକୁ ବଦଳି ନିର୍ଦ୍ଦେଶନାମା ବାହାରି ନାହିଁ । ଆଜି ରଣପୁର ବ୍ଲକର ସହକାରୀ ଯନ୍ତ୍ରୀ, ଯନ୍ତ୍ରୀ ଓ ଅନ୍ୟ କର୍ମଚାରୀ ମାନେ ନୂତନ ବିଡିଓଙ୍କୁ ପୁଷ୍ପଗୁଛ ଦେଇ ଅଭିନନ୍ଦନ ଜଣାଇଥିଲେ ।





