ନୟାଗଡ଼,(ବାଘୁଆବାର୍ତ୍ତା): ଘରବାହାରେ ଖେଳୁଥିବା ସମୟରେ ୩ ଜଣ ନାବାଳିକା ଉପରେ ଚଢ଼ିଗଲା ପିକପ୍ ଭ୍ୟାନ । ୨ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ଏଭଳି ଘଟଣା ଦେଖା ଦେଇଛି ବାଜିଚୌକ ଫ୍ଲାଇଓଭର ବ୍ରିଜ୍ ପାଖରେ । ସୂଚନାନୁସାରେ, ଢେଙ୍କାନାଳ ବାଜିଚୌକ ଓଭରବ୍ରିଜ ନିକଟରେ ୩ ଜଣ ନାବାଳିକା ଖେଳୁଥିଲେ । ଏହି ସମୟରେ ଏକ ବାହାଘର ଶୋଭାଯାତ୍ରା ପାଇଁ ଯାଉଥିବା ଏକ ପିକପ୍ ଭ୍ୟାନ ସେମାନଙ୍କ ଉପରେ ଚଢିଯାଇଥିଲା । ଘଟଣାସ୍ଥଳରେ ସୁହାନା କୁମାରୀ(୫), ସ୍ନେହା କୁମାରୀ(୭)ନାବାଳିକାଙ୍କ ମୃତ୍ୟୁ ହୋଇଥିବା ବେଳେ ଲୁସି କୁମାରୀ(୧୨) ଗୁରୁତର ଆହାତ ହୋଇଥିବା ଜଣାପଡିଛି । ମୃତ ନାବାଳିକାଙ୍କ ପରିବାର ଲୋକ ମହୁ ବିକ୍ରି କରି ପରିବାର ଚଳାଉଥିବା ଏଭଳି ଅଭାବନୀୟ ଘଟଣା ଘଟିଛି । ଢେଙ୍କାନାଳ ପୁଲିସ ଘଟଣାସ୍ଥଳରେ ପହଞ୍ôଚଥିବା ବେଳେ ପିକପ୍ ଚାଳକ ଫେରାର ହୋଇଥିବା ଜଣାପଡଛି ।





