Wednesday, September 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନାଗ ସାପ ଦେଖାଇ ଅପହରଣ

by ସଞ୍ଜୟ ସ୍ୱାଇଁ
January 27, 2025
in Crime, State
ନାଗ ସାପ ଦେଖାଇ ଅପହରଣ
109
VIEWS
Share on FacebookShare on Twitter

ଗଞ୍ଜାମ, (ବାଘୁଆବାର୍ତ୍ତା): କୋଟିଏ ଟଙ୍କା ପାଇଁ ଅପହରଣ । ଯୁବକଙ୍କୁ ସାପ ଦେଖାଇ ଭୟଭୀତ କରୁଥିଲେ ଅପହର୍ତ୍ତା । ଏଭଳି ଅଭାବନୀୟ ଘଟଣା ଘଟିଛି କେ.ନୂଆଗାଁ ଥାନା ଅନ୍ତର୍ଗତ ଚିକିଟି ଗଡ଼ରେ । କେବଳ ଅପହରଣ ନୁହେଁ ନାଗ ସାପ ଦଂଶନର ଡର ଦେଖାଇ ରଖାଯାଇଥିଲା ଅଟକ । ଶେଷରେ ପଣ୍ଡ ହୋଇଛି ଯୋଜନା । ଉଦ୍ଧାର ହୋଇଛନ୍ତି ୪ ଯୁବକ । କୋଟିଏ ଟଙ୍କା ଦାବି କରି ଅପହରଣ କରାଯାଇଥିବା ୪ ଜଣ ଯୁବକଙ୍କୁ ସୁରକ୍ଷିତ ଉଦ୍ଧାର କଲା ପୋଲିସ । ଅପହୃତ ହୋଇଥିବା ଯୁବକଙ୍କ ମଧ୍ୟରେ ତିନି ଜଣ କଟକର ରହିଥିବା ବେଳେ ଜଣେ ଦିଲ୍ଲୀର । ଏହି ୪ ଜଣଙ୍କୁ ବ୍ରହ୍ମପୁରରୁ ଅପହରଣ କରିନେଇ ବ୍ରହ୍ମପୁରରେ ଗୋଟିଏ ଦିନ ରଖିଥିଲେ । ଏହାପରେ ଦୁବୃର୍ତ୍ତମାନେ ଚିକିଟି ଗଡ଼କୁ ନେଇଯାଇଥିଲେ । ଚିକିଟି ଗଡ଼ରେ ନୂତନ ପାତ୍ରଙ୍କ ଘର ପଛପଟେ ଥିବା କୁଡ଼ିଆରେ ଚାରି ଜଣଙ୍କୁ ବାନ୍ଧି ରଖିଥିଲେ ନୂତନ ଓ ତା’ର ସହଯୋଗୀ । କୁଡ଼ିଆରେ ବନ୍ଧକ ରଖି ନାଗ ସାପ ଦେଖାଇ କୋଟିଏ ଟଙ୍କା ଦାବି କରିଥିଲେ । ଚାରି ଯୁବକଙ୍କୁ ଅକଥନୀୟ ନିର୍ଯାତନା ମଧ୍ୟ ଦିଆଯାଇଥିବା ସେମାନେ ଅଭିଯୋଗ କରିଛନ୍ତି । ଚାରି ଜଣଙ୍କ ମଧ୍ୟରୁ ଜଣେ ଯୁବକ ଖସିଆସି ତହସିଲ କାର୍ଯ୍ୟାଳୟରେ ପହଞ୍ଚି ଅପହରଣ ବିଷୟ କହିଥିଲେ । ଖବର ପାଇ କେ.ନୂଆଗାଁ ଥାନା ପୋଲିସ ପହଞ୍ଚି ଉକ୍ତ କୁଡ଼ିଆରୁ ସମସ୍ତ ଯୁବକକୁ ଉଦ୍ଧାର କରିଥିଲା । ଏହି ଅପହରଣ ଘଟଣାରେ କିଛି ଯୁବକକୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!