ନୟାଗଡ଼, (ବାଘୁଆବାର୍ତ୍ତା): ସିଭିଲ ସୋସାଇଟି ନୟାଗଡ଼ ଦ୍ଵାରା ୭୬ ତମ ଗଣତନ୍ତ୍ର ଦିବସ ସକାଳ ୦୭୩୦ ସମୟରେ ହୋଟେଲ ନିଳମାଧବ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଭେଟେରାନ ଶରତ କୁମାର ସାହୁ, ଅଧ୍ୟକ୍ଷ ଶ୍ରୀଯୁକ୍ତ ଗୋଦାବରୀଶ ସାହୁ ଙ୍କୁ ଆମନ୍ତ୍ରିତ କରି ପତକା ଉନ୍ମୋଚନ କରାଇଥିଲେ। ଏହି ରାଷ୍ଟ୍ରୀୟ ପର୍ବରେ ନୟାଗଡ଼ ର ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ଶ୍ରୀଯୁକ୍ତ ଦଣ୍ଡପାଣି ନାୟକ, ଶ୍ରୀଯୁକ୍ତ ଭଗବତୀ ଚରଣ ପଟ୍ଟନାୟକ ଓ ଶ୍ରୀଯୁକ୍ତ ନିରଂଜନ ମିଶ୍ର ଙ୍କୁ ମାନପତ୍ର ସହିତ ସମ୍ମାନିତ କରାଯାଇଥିଲା। ନୟାଗଡ଼ ର ପୂଜ୍ୟ ପୁଜା କମିଟି ର ସଭାପତି ଶ୍ରୀଯୁକ୍ତ ପ୍ରଶନ୍ନ କୁମାର ବସନ୍ତିଆ ଓ ଶିବ ଶକ୍ତି ଯୋଗ କେନ୍ଦ୍ର ର ଆବାହକ ଶ୍ରୀଯୁକ୍ତ ଧର୍ମେନ୍ଦ୍ର କୁମାର ସାହୁ ଙ୍କୁ ସମ୍ମାନିତ କରାଯାଇଥିଲା। ଶ୍ରୀଯୁକ୍ତ ଧିରେନ୍ଦ୍ର କୁମାର ପଟ୍ଟନାୟକ ଙ୍କ ସହଯୋଗ ରେ ଏହି ପର୍ବ ରେ ସିଭିଲ ସୋସାଇଟି, ପୂଜ୍ୟ ପୁଜା କମିଟି ଓ ଶିବ ଶକ୍ତି ଯୋଗ କେନ୍ଦ୍ର ର ବହୁ ସଦସ୍ୟ ଯୋଗଦାନ କରିଥିଲେ।





