ନୟାଗଡ଼, (ବାଘୁଆବାର୍ତ୍ତା) ପଦ୍ମରୁ ପଙ୍କଜ ଜାତ। ଏଭଳି ବାଳକ ଅଛନ୍ତି ଯେକି ବାଳକ ସମୟରୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ରେ ସ୍ଥାନିତ ହୋଇ ଏବେ ବି ନିଜର ବର୍ଦ୍ଧିତ ଜ୍ଞାନ ବଜାୟ ରଖିଛନ୍ତି। ସେ ଅଦଭୁତ ବାଳକ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ବଡପୋଖରିଆ ବୋଡଙ୍ଗରା ଗୋପୀନାଥପୁରର ଅବସର ପ୍ରାପ୍ତ ବରିଷ୍ଠ ସ୍ୱର୍ଗତ ଶିକ୍ଷକ ଉଦ୍ୟନାଥ ତ୍ରିପାଠୀ ଙ୍କ ନାତି ତଥା ଦେବୀପ୍ରସାଦ ତ୍ରିପାଠୀ ଓ ମାମୁନିଙ୍କ ପୁଅ, ବରିଷ୍ଠ ସାମ୍ବାଦିକ ଆଚାର୍ଯ୍ୟ ବିଶ୍ୱରଂଜନ ଙ୍କ ନାତି ପ୍ରୋଦେବ ଚନ୍ଦ୍ର ତ୍ରିପାଠୀ ଓରଫ ଡନ୍ । ମାତ୍ର ୪ ବର୍ଷ ବୟସରେ କମାଲ ଦେଖାଇଛନ୍ତି । ସାରା ଓଡିଶା ସହ ସାରା ଭାରତ ବର୍ଷକୁ ସେ ପ୍ରେରଣା ଯୋଗାଇଛନ୍ତି । କିଡ୍ ପ୍ଳେ ସ୍କୁଲ୍ ବ୍ରହ୍ମପୁର ଲୋଛାପଡା ଛାତ୍ର ସାଧାରଣତନ୍ତ୍ର ଦିବସରେ ପ୍ରଗଲ୍ଭ ବକ୍ତୃତା ସହ ଭାରତୀୟ ମୁଖବନ୍ଧକୁ ସାଧାରଣରେ ଖୋଲା ଭାବେ ବକ୍ତବ୍ୟ ରଖିଛନ୍ତି । ଭାରତୀୟ ସମ୍ବିଧାନର ବିଭିନ୍ନ ପ୍ରବକ୍ତା ଉପରେ ବକ୍ତବ୍ୟ ଦେଇ ଚର୍ଚ୍ଚାର ପରିସର ଭିତରକୁ ଆସିଛନ୍ତି ଏହି ଛୋଟ ବାଳକ । ଯାହାକୁ ନେଇ ବିଭିନ୍ନ ସ୍ତରରେ ଆଲୋଚନା ଓ ପ୍ରଯ୍ୟାଲୋଚନା ଜାରି ରହିଛି । ୧୫ ବର୍ଷର ଏହି ଅନୁଷ୍ଠାନ ର ନିର୍ଦେଶକ ହରିଶ୍ ନାୟକ ଓ ଅଧକ୍ଷା ଲିଲୀ ନାୟକ ଅଦଭୁତ ବାଳକ ର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି।





