ସଭାପତି ଓ ଡାଇରେକ୍ଟରଙ୍କୁ ନ ଡାକି ପତାକା ଉତ୍ତୋଳନ
ରଣପୁର, (ବାଘୁଆବାର୍ତ୍ତା) ୭୬ ତମ ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ ସମୟରେ ରଣପୁର ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନ ବ୍ରଜରାଜପୁର ସେବା ସମବାୟ ସମିତି ରେ ଏକ ବିବାଦୀୟ ପରିସ୍ଥିତି ଉପୁଜିଥିବା ଦେଖିବାକୁ ମିଳିଛି।ସେବା ସମବାୟ ସମିତି ପରିଚାଳନା ପାଇଁ ଗଣତାନ୍ତ୍ରିକ ପଦ୍ଧତିରେ ଡାଇରେକ୍ଟର ବୋର୍ଡ଼ ସଭ୍ୟ ମାନେ ମତଦାନ କରି ଜଣେ ସଭାପତି ନିର୍ବାଚନ କରିଥାନ୍ତି। ସାଧାରଣତନ୍ତ୍ର ଦିବସରେ ସବୁବେଳେ ସଭାପତି ସମସ୍ତ ଡାଇରେକ୍ଟର ବୋର୍ଡ଼ ସଭ୍ୟ, ସମ୍ପାଦିକା ଓ କର୍ମଚାରୀ ଙ୍କ ଉପସ୍ଥିତି ରେ ପତାକା ଉତ୍ତୋଳନ କରିଥାନ୍ତି।ଏହା ଏକ ଶୃଙ୍ଖଳିତ ପରମ୍ପରା। କିନ୍ତୁ ସମ୍ପାଦିକା ରୋଜାଲିନ ଯେନା ସଭାପତି ବିଜୟ କୁମାର ସାହୁ ଙ୍କୁ ବେଖାତିର କରି ନ ଡାକି ନିଜେ ପତାକା ଉତ୍ତୋଳନ କରିଥିବା ଜଣାପଡିଛି। ସଭାପତି ଙ୍କୁ ବେଖାତିର କରାଯାଇଥିବା ସଭାପତି ବିଜୟ କୁମାର ସାହୁ ଅଭିଯୋଗ କରିଛନ୍ତି। ସଭାପତି ଙ୍କୁ ବେଖାତିର ଯୋଗୁଁ ୧୨ ଜଣ ଡାଇରେକ୍ଟର ବୋର୍ଡ଼ ସଭ୍ୟ ମଧ୍ୟରୁ ଜଣ କୁ ଛାଡିଦେଲେ ଅନ୍ୟ କୈାଣସି ସଭ୍ୟ ଯୋଗଦେଇ ନଥିଲେ। ଫଳରେ ସମ୍ପାଦିକା ପଞ୍ଚାୟତ କାର୍ଯ୍ୟାଳୟ ରୁ କିଛି ହାତ ଗଣତି ଲୋକଙ୍କୁ ଡାକି ପତାକା ଉତ୍ତୋଳନ କରିଥିଲେ। ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଉଚ୍ଚ କତୃପକ୍ଷ ସମସ୍ୟା ସମାଧାନ ନକଲେ ସମ୍ପାଦିକା ରୋଜାଲିନ ଙ୍କ ପାଇଁ ସମିତି ଅନେକ କ୍ଷତି ସହିପାରେ ବୋଲି ବୁଦ୍ଧିଜିବୀ ମାନେ କହିଛନ୍ତି।





