ରଣପୁର, (ବାଘୁଆବାର୍ତ୍ତା): କେନ୍ଦ୍ରୀୟ ଉଦ୍ୟାନ କୃଷି ପରୀକ୍ଷଣ କେନ୍ଦ୍ର ଭୁବନେଶ୍ଵର ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଇଇକୋ ସଲ୍ୟୁସନ୍ ଭୁବନେଶ୍ଵର ର ମିଳିତ ଉଦ୍ୟମରେ ଟାଙ୍ଗୀ ଓ ରଣପୁର ବ୍ଲକ ର ୧୦୦ ଜଣ Schedule Caste(ST) ଚାଷୀ ଓ ୧୦୦ ଜଣ Schedule Tribes (ST) ଚାଷୀ ଙ୍କୁ ଉନ୍ନତ ମାନର ଚାଷ କରିବା ପ୍ରଣାଳୀ ପାଇଁ ରଣପୁର ବ୍ଲକ ର କେନ୍ଦୁଆ ଗ୍ରାମରେ ଏକ ପ୍ରଶିକ୍ଷଣ ଶିବିର ଆୟୋଜନ କରା ଯାଇଥିଲା ।

ପ୍ରତି ଚାଷୀ ଙ୍କୁ ଏକ ଏକର ପାଇଁ ବିନା ମୂଲ୍ୟରେ ବିଭିନ୍ନ ଉନ୍ନତ ମାନର ମଞ୍ଜି, ଚାରା ଓ ଜୈବିକ ସାର ବଣ୍ଟନ କରାଯାଇଥିଲା ଯଥା ଜହ୍ନି ମଞ୍ଜି,କାକୁଡି ମଞ୍ଜି ,ଧନିଆ ମଞ୍ଜି , କଖାରୁ ମଞ୍ଜି , ବିନ୍ ମଞ୍ଜି, ଆମ୍ବ ଚାରା , ଆତ ଚାରା, ଲେମ୍ବୁ ଚାରା, ଗୋଲମରିଚ ଚାରା ଏବଂ ଜୈବିକ ସାରା ଯୋଗାଇ ଦିଆ ଯାଇଥିଲା । ଉକ୍ତ କାର୍ଯକ୍ରମକୁ ଇଇକୋ ସଲ୍ୟୁସନ୍ ର ଜିଲ୍ଲା ସଂଯୋଜକ ଚନ୍ଦନ କୁମାର ପୃଷ୍ଟି ପରିଚାଳନା କରୁଥିବା ବେଳେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରୀୟ ଉଦ୍ୟାନ କୃଷି ପରୀକ୍ଷଣ କେନ୍ଦ୍ର ,ବାଙ୍ଗାଲୋର ଓ ଭୁବନେଶ୍ଵର ର ବୈଜ୍ଞାନିକ ଡ଼. ବାଳକୃଷ୍ଣ, ଡ଼. ଟି .ଏଚ. ସିଂହ , ଡ଼. ଜି ସି ଆଚାର୍ଯ୍ୟ, ଡ଼. ପି ଶ୍ରୀନିବାସ , ଡ଼ ସତ୍ୟପ୍ରିୟ ସିଂହ , ଇ ଈ କୋ ସଲ୍ୟୁସନ ର ଡାଇରେକ୍ଟର ଶ୍ରୀମତୀ କ୍ଷମା ସିଂ ,ରଣପୁର ଉଦ୍ୟାନ କୃଷି ଅଧିକାରୀ ଓ ଟାଙ୍ଗୀ ଉଦ୍ୟାନ କୃଷି ଅଧିକାରୀ ଉପସ୍ଥିତ ଥିଲେ ।

ପ୍ରଥମେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ବାଗତ କରିବା ପରେ ପ୍ରଶିକ୍ଷଣ ଆରମ୍ଭ ହେଇଥିଲା । ଚାଷୀ ମାନେ ନିଜର ରୋଗପୋକ ଉପରେ ଜ୍ଞାନ ଆରୋହଣ କରିଲେ। ଶେଷରେ ଚାଷୀ ମାନଙ୍କୁ ବିହନ ବଣ୍ଟନ କରାଯାଇଥିଲା । ସର୍ବ ଶେଷରେ ଇଈକୋ ସଲ୍ୟୁସନ୍ ସହଯୋଗୀ ଶ୍ରୀ ମନୋଜ କୁମାର ସାହୁ ଅତିଥି ମାନଙ୍କୁ ଧନ୍ୟବାଦ୍ ଜଣାଇ ସଭା ସାଙ୍ଗ କରାଗଲା ।






