Saturday, June 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୬ଷ୍ଠ ଓଡ଼ଗାଁ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ, ଫାଇନାଲରେ ମା ମଙ୍ଗଳା କ୍ଳବ କଟକ

by ସଞ୍ଜୟ ସ୍ୱାଇଁ
January 25, 2025
in Nayagarh, Sports, State
୬ଷ୍ଠ ଓଡ଼ଗାଁ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ,  ଫାଇନାଲରେ ମା ମଙ୍ଗଳା କ୍ଳବ କଟକ
473
VIEWS
Share on FacebookShare on Twitter

ଓଡ଼ଗାଁ, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଓଡ଼ଗାଁ ମିନିଷ୍ଟାଡିୟମ ପରିସରରେ ଚାଲିଥିବା ୬ଷ୍ଠ ସର୍ବଭାରତୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ସେମିଫାଇନାଲରେ ମା ମଙ୍ଗଳା କ୍ଳବ କଟକ ୧-୦ରେ ଗୋଲରେ ସ୍ପୋଟର୍ସ ହଷ୍ଟେଲ କଟକକୁ ହରାଇ ଫାଇନାଲରେ ପ୍ରବେଶ କରିଛି।ମ୍ୟାଚର ପ୍ରଥମାର୍ଦ୍ଧ ୩ ଘଟିକା ୩୫ ମିନିଟ ଆରମ୍ଭ ହୋଇଥିଲେ ସୁଦ୍ଧା ଉଭୟ ଦଳ ପରସ୍ପରକୁ ଆକ୍ରମଣାତ୍ମକ ଢଙ୍ଗରେ ଖେଳ ପ୍ରଦର୍ଶନ କରିଥିଲେ।ଉଭୟ ଦଳ ପକ୍ଷରୁ ସଂଘର୍ଷପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଦ୍ଵିତୀୟାର୍ଦ୍ଧ ଖେଳର ୩୨ ତମ ମିନିଟରେ ମା ମଙ୍ଗଳା କ୍ଳବ କଟକ ଦଳ ତରଫରୁ ୨୪ ନଂ ଜର୍ସି ପ୍ରକାଶ ନାୟକ ୧ମ ଗୋଲ ଦେଇ ଦଳକୁ ଆଗୁଆ ରଖିଥିଲେ।

ଏହାର ପ୍ରତି ଜବାବରେ ସ୍ପୋଟର୍ସ ହଷ୍ଟେଲ ଦଳ ପକ୍ଷରୁ ବାରମ୍ବାର ପ୍ରୟାସ କରାଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିଲା।ବିଜୟୀ ଦଳର ୨୪ ନଂ ଜର୍ସି ପ୍ରକାଶ ନାୟକଙ୍କୁ ଶ୍ରେଷ୍ଠ ଖେଳାଳି ଭାବରେ ବିବେଚିତ କରାଯାଇଥିଲା। ଆଜିର ଖେଳରେ ବିଜେଡି ନେତ୍ରୀ ଇରାନୀ ରାୟ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବାବେଳେ ବ୍ଲକ ଉପାଧ୍ୟକ୍ଷା ମୀରା ନାୟକ,ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ।ଜଗନ୍ନାଥ ପରିଡା,ସଚିକାନ୍ତ ଦାସିଆ,ରାଜୁ ମହାନ୍ତି,ଅଶୋକ କୁମାର କଅଁର ଖେଳ ପରିଚାଳନା କରିଥିବାବେଳେ ସୁଶାନ୍ତ ପାତ୍ର,ନରେଶ ପାଣିଗ୍ରାହୀ ଓ ସାର୍ଥକ ଷଡଙ୍ଗୀ ଭାଷ୍ୟକାର ଦାୟିତ୍ୱ ତୁଲାଇଥିଲେ।ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ,ପୂର୍ବତନ ଜିଲ୍ଲା ପରିଷଦ ବିଭୁପ୍ରସାଦ ସାହୁ,ସମବାୟ ନିର୍ଦ୍ଦେଶକ ନିତ୍ୟାନନ୍ଦ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଦିଲୀପ କୁମାର ମାର୍ଥା,ଆଲୋକ କୁମାର ସାହୁ ସହଯୋଗ କରିଥିଲେ।ଆସନ୍ତାକାଲି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଗଣ୍ଡରପୁର ଭୁବନେଶ୍ୱର ଓ ମା ମଙ୍ଗଳା କ୍ଳବ କଟକ ମଧ୍ୟରେ ଅନୁଷ୍ଠିତ ହେବ।ଅନ୍ୟପକ୍ଷେ ଉଦଯାପନୀ ଉତ୍ସବରେ ଭୁବନେଶ୍ୱରର ଚର୍ଚ୍ଚିତ ଶିଳ୍ପୀକା ଡ୍ୟାନ୍ସ ଗ୍ରୁପ ପକ୍ଷରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡିଛି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!