Wednesday, September 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଛାତ୍ରୀଙ୍କୁ ସ୍କୁଲ ବସ୍‌ରେ ଅସଦାଚରଣ

by ସଞ୍ଜୟ ସ୍ୱାଇଁ
January 24, 2025
in Crime, State
୨୨ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ, ବନ୍ଧା ହେଲେ ୪ ଅଭିଯୁକ୍ତ
40
VIEWS
Share on FacebookShare on Twitter

ବାଲେଶ୍ୱର, (ବାଘୁଆବାର୍ତ୍ତା): ବାଲେଶ୍ବର ଶିଳ୍ପାଞ୍ଚଳ ଥାନା ଅଧୀନ ସମଲପୁରର ଏକ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ସ୍କୁଲ ବସ୍‌ରେ ଅସଦାଚରଣ କରାଯାଇଛି। ବସ୍‌ରେ ସ୍କୁଲକୁ ଯାଉଥିବା ସମୟରେ ବସ୍‌ର କର୍ମଚାରୀ ଅସଦାଚରଣ କରିଥିବା ପରିବାର ପକ୍ଷରୁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ହୋଇଛି। ଗତ ୨୦ ତାରିଖରେ ଏହି ଘଟଣା ଘଟିଥିଲା। ଛାତ୍ରୀଜଣକ ବାପାମା’ଙ୍କ ନିକଟରେ ଏ ବିଷୟରେ ଜଣାଇଥିଲେ। ପରିବାରବର୍ଗ ପ୍ରଥମେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ଏବଂ ଆବଶ୍ୟକ ପଡ଼ିଲେ ଥାନାର ଦ୍ବାରସ୍ଥ ହେବେ ବୋଲି କହିଛନ୍ତି। ସେପଟେ ବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ବସ୍ କର୍ମଚାରୀଙ୍କୁ ନିଲମ୍ବିତ କରିବା ସହ ଘଟଣା ନେଇ ତଦନ୍ତ କରାଯାଇଥିବା ସଫେଇ ଦେଇଛନ୍ତି। ତେବେ ଏହି ଘଟଣା ପରେ ଏବେ ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ଯାତ୍ରା ନେଇ ଅଭିଭାବକ ମହଲ ଚିନ୍ତିତ ହୋଇପଡ଼ିଛନ୍ତି। ସ୍କୁଲ ବସ୍‌ଗୁଡ଼ିକରେ ସିସି କ୍ୟାମେରା ବ୍ୟବସ୍ଥା ସହ ଅନ୍ୟାନ୍ୟ ପଦକ୍ଷେପ ନେବାକୁ ଦାବି କରାଯାଇଛି। ସେହିପରି ୪ ଦିନ ତଳେ ଚାନ୍ଦିପୁରସ୍ଥିତ ଏକ ହୋଟେଲରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଥାନାରେ ଅଭିଯୋଗ ହୋଇଥିଲା। ଏଥିରେ ଦୁଇଜଣ ଯୁବକ ସମ୍ପୃକ୍ତ ଥିବାବେଳେ ଚାନ୍ଦିପୁର ଥାନା ପୁଲିସ ପକ୍ଷରୁ ଜଣେ ଯୁବକକୁ ଗିରଫ କରାଯାଇଥିବା ଜଣାପଡ଼ିଛି। ପୁଲିସ ଠାରୁ ମିଳିଥିବା ସୂଚନା ମୁତାବକ, ଉଭୟ ଅଭିଯୁକ୍ତ ଓ ପୀଡ଼ିତାଙ୍କ ଘର ବାଲେଶ୍ବର ଟାଉନ ଥାନା ଅଧୀନ ମିର୍ଜାପୋଖରୀ ଅଞ୍ଚଳରେ। ସେମାନେ ଗତ ୨୦ ତାରିଖରେ ଚାନ୍ଦିପୁର ବେଳାଭୂମି ନିକଟରେ ଥିବା ଲାରିଜା ହୋଟେଲକୁ ଯାଇଥିଲେ। ଉଭୟ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିବା ଚାନ୍ଦିପୁର ଥାନାରେ ଅଭିଯୋଗ ହୋଇଛି। ପୁଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ଉକ୍ତ ହୋଟେଲରେ ଚଢ଼ଉ କରିବା ସହ ଜଣେ ଅଭିଯୁକ୍ତକୁ ଗତକାଲି ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ଅନ୍ୟଜଣେ ଅଭିଯୁକ୍ତ ଫେରାର ଥିବା ଜଣାଇଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!