Monday, September 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କଳିଙ୍ଗା ଘାଟିରେ ଓଲଟିଲା ଲୁହା ରଡ୍‌ ବୋଝେଇ ଟ୍ରକ୍

by ସଞ୍ଜୟ ସ୍ୱାଇଁ
January 24, 2025
in Accident, State
କଳିଙ୍ଗା ଘାଟିରେ ଓଲଟିଲା ଲୁହା ରଡ୍‌ ବୋଝେଇ ଟ୍ରକ୍
42
VIEWS
Share on FacebookShare on Twitter

ଜି.ଉଦୟଗିରି, (ବାଘୁଆବାର୍ତ୍ତା): ଭାରସାମ୍ୟ ହରାଇ କଳିଙ୍ଗା ଘାଟିରେ ଓଲଟିଲା ଲୁହା ରଡ୍‌ ବୋଝେଇ ଟ୍ରକ୍‌ । ଏହି ଦୁର୍ଘଟଣା ଫଳରେ ଘାଟି ରାସ୍ତା ଦେଇ ଯାତାୟତ ବାଧାପ୍ରାପ୍ତ ହୋଇଛି । ଯାହା ଦ୍ୱାରା କନ୍ଧମାଳ ଜିଲ୍ଲାରୁ ଭୁବନେଶ୍ବର, ବ୍ରହ୍ମପୁର, ରାୟଗଡ଼ା, ରାୟପୁର ଆଦି ଯିବାକୁ ଥିବା ଅନେକ ଯାନବାହନ, ବସ୍‌ ଓ ମାଲ ବୋଝେଇ ଟ୍ରକ୍‌ ଦୁଇ ପାର୍ଶ୍ଵରେ ଅଟକି ରହିଛି । ଗଜପତି ଜିଲ୍ଲା କଳିଙ୍ଗା ଘାଟିରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । ସୂଚନା ମୁତାବକ, ଏକ ଲୁହା ରଡ୍‌ ବୋଝେଇ ଟ୍ରକ୍‌ କଳିଙ୍ଗା ଘାଟି ରାସ୍ତା ଦେଇ ଯାଉଥିଲା । ଘାଟି ରାସ୍ତା ଦେଇ ଯିବା ବେଳେ ମଧ୍ୟ ରାତ୍ରରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଟ୍ରକ୍‌ଟି ଓଲଟି ପଡିଥିଲା । ରାସ୍ତା ଉପରେ ରଡ୍ ଗୁଡ଼ିକ ପଡ଼ିଯିବାରୁ ଘାଟି ରାସ୍ତା ଦେଇ ଯାତାୟତ ବାଧାପ୍ରାପ୍ତ ହୋଇଛି । ଫଳରେ କନ୍ଧମାଳ ଜିଲ୍ଲାରୁ ଭୁବନେଶ୍ବର, ବ୍ରହ୍ମପୁର, ରାୟଗଡ଼ା, ରାୟପୁର ଆଦି ଯିବାକୁ ଥିବା ଅନେକ ଯାନବାହନ, ବସ୍‌ ଓ ମାଲ ବୋଝେଇ ଟ୍ରକ ଦୁଇ ପାର୍ଶ୍ଵରେ ଅଟକି ରହିଥିବାର ଦେଖିବାକୁ ମିଳିଛି । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା ଚଳାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!