ନୟାଗଡ଼,(ବାଘୁଆବାର୍ତ୍ତା): ଗତ ୨୯ ତାରିଖ ରାତିରେ ଶରଣକୁଳ ଥାନା ସୁଆରସାହିରେ ଘଟିଥିବା ହତ୍ୟାକାଣ୍ଡର ଆଜି ଖୁଲାସା କରିଛନ୍ତି ନୟାଗଡ଼ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟରିଆ । କିଶୋର ବୟସ ପ୍ରେମ ପାଇଁ ପତ୍ନୀକୁ ହତ୍ୟା କରିଛି ଅକ୍ଷୟ । ଏଥିପାଇଁ ଅକ୍ଷୟ ଗୋଲଗାଁର ଦାଶରଥି ସ୍ୱାଇଁଙ୍କ ପୁଅ ଜିତେନ୍ଦ୍ର ସ୍ୱାଇଁ, ପୂର୍ଣ୍ଣଚନ୍ଦ୍ର ମଣ୍ଡଳଙ୍କ ପୁଅ ତୋପାନ ମଣ୍ଡଳ ଓରଫ ଝରିଆ, ଦିନବନ୍ଧୁ ମହାରଣାଙ୍କ ପୁଅ ଭାଗୀ ମହାରଣା, ଶରଣକୁଳ ଗ୍ରାମର ନିଧି ପ୍ରଧାନଙ୍କ ପୁଅ ମନୋଜ ପ୍ରଧାନ ସୁପାରି ଦେଇଥିଲା । ଆଜି ଅଭିଯୁକ୍ତମାନେ ହତ୍ୟାକାଣ୍ଡର ଡେମୋ ଦେଖାଇଥିବା ଜଣାଯାଇଛି । ଅକ୍ଷୟ ତାଙ୍କ କିଶୋର ବୟସର ପ୍ରେମୀକା ରୀନା ମହାପାତ୍ରଙ୍କୁ ପାଇବା ପାଇଁ ପତ୍ନୀକୁ ହତ୍ୟା କରିଥିବା ସ୍ପଷ୍ଟ ହୋଇଛି ।





