Wednesday, September 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଲାଲବାହିନୀର ବନ୍ଧୁକ କାରଖାନା ଠାବ, ବହୁ ବିସ୍ଫୋରକ ସାମଗ୍ରୀ ଜବତ

by ସଞ୍ଜୟ ସ୍ୱାଇଁ
January 23, 2025
in Crime, State
ଲାଲବାହିନୀର ବନ୍ଧୁକ କାରଖାନା ଠାବ, ବହୁ ବିସ୍ଫୋରକ ସାମଗ୍ରୀ ଜବତ
84
VIEWS
Share on FacebookShare on Twitter

ଛତିଶଗଡ଼, (ବାଘୁଆବାର୍ତ୍ତା): ଲାଲବାହିନୀର ବନ୍ଧୁକ କାରଖାନା ଠାବ। ବନ୍ଧୁକ ତିଆରି ସାମଗ୍ରୀ ସହିତ ବହୁତ ବିସ୍ଫୋରକ, ଆଇଇଡି ଓ ବୋମା ଜବତ କରିଛନ୍ତି ସୁରକ୍ଷାକର୍ମୀ। ଛତିଶଗଡ଼ ସୁକମା ଜିଲ୍ଲାର ମେଟାଗୁଡ଼େମ୍ ଓ ଦୁଲେର ଗାଁ ନିକଟର ଠାବ ହୋଇଛି ଏହି ବନ୍ଧୁକ ତିଆରି କାରଖାନା। ସିଆରପିଏଫ୍ ଓ କୋବ୍ରା ବାଟାଲିୟନର କମ୍ଵିଂ ବେଳେ ସୁରକ୍ଷାକର୍ମୀ ଏହି ବନ୍ଧୁକ ତିଆରି କାରଖାନା ଓ ଅସ୍ତ୍ରାଗାରର ସନ୍ଧାନ ପାଇଥିଲେ। ୨୧ଟି ଆଇଇଡି ମିଳିଛି, ସାବୁନ କେସ୍ ରେ ଏହାକୁ ରଖାଯାଇଥିଲା। ଏହା ସହିତ ମଲଟି ବ୍ୟାରେଲ ଗ୍ରେନେଡ ଲଞ୍ଚର, ବୋମା, ଜେନେରେଟର, ବନ୍ଧୁକ ତିଆରି ସାମଗ୍ରୀ, ମେଡିକାଲ ସାମଗ୍ରୀ ମିଳିଛି। ଏତେ ଅସ୍ତ୍ରଶସ୍ତ୍ର, ସେଥିରେ ପୁଣି ବନ୍ଧୁକ ତିଆରି ସାମଗ୍ରୀ ମିଳିଥିବାରୁ ନକ୍ସଲମାନେ ନିଜେ ବନ୍ଧୁକ ତିଆରି କରୁଥିଲେ ବୋଲି ସନ୍ଦେହ କରାଯାଉଛି। ଏସବୁ ଧରା ପଡ଼ିବା ଦ୍ଵାରା ନକ୍ସଲମାନଙ୍କୁ ବଡ଼ ଝଟକା ଲାଗିଛି। ଏବେ ପୁଣି ଗତକାଲି ହିଁ ଓଡି଼ଶା ସୀମାନ୍ତ ଛତିଶଗଡ଼ର ଗରିଆ ବନ୍ଧରେ ବଡ଼ ଧରଣର ଅପରେସନ କରିଥିଲେ ସୁରକ୍ଷାକର୍ମୀ। ଏଥିରେ ୧୪ ଜଣ ନକ୍ସଲ ନିହତ ହୋଇଥିଲେ। ଦୁର୍ଦ୍ଦାନ୍ତ ନକ୍ସଲ ନେତା ଚଲପତି ବି ନିହତ ହୋଇଛନ୍ତି। ଗତକାଲି ଭବାନୀପାଟଣା ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ଡିଜିପି। କାଳେ ଲାଲବାହିନୀ ପ୍ରତିଶୋଧ ପରାୟଣ ହୋଇ ହିଂସାକାଣ୍ଡ ଭିଆଇ ପାରନ୍ତି, ସେଥିପାଇଁ ଉଭୟ ଛତିଶଗଡ଼ ଏବଂ ଓଡ଼ିଶାର ପୋଲିସ ତଥା ମୁତୟନ ହୋଇଥିବା କେନ୍ଦ୍ରୀୟ ସୁରକ୍ଷା ବାହିନୀ ସଜାଗ ଅଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!