Saturday, June 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଷଷ୍ଠ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

by ସଞ୍ଜୟ ସ୍ୱାଇଁ
January 22, 2025
in Nayagarh, Sports, State
ଷଷ୍ଠ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
264
VIEWS
Share on FacebookShare on Twitter

ଫ୍ରେଣ୍ଡସ ପାରାଡାଇଜ ଜଟଣୀକୁ ୧-୦ ଗୋଲରେ ହରାଇ ଜଗା ୟୁନାଇଟେଡ଼ ସେମିରେ

ଓଡ଼ଗାଁ, (ବାଘୁଆବାର୍ତ୍ତା): ୬ଷ୍ଠ ସର୍ବଭାରତୀୟ ଓଡ଼ଗାଁ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ୨୦୨୫ ସ୍ଥାନୀୟ ମିନିଷ୍ଟାଡିୟମ ପରିସରରେ ବୁଧବାର ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି।ଖେଳ ଆରମ୍ଭ ପୂର୍ବରୁ ଓଡ଼ଗାଁ ଅଞ୍ଚଳର ପୂର୍ବତନ ଖେଳାଳି ଓ ଯୁବ ଖେଳାଳିଙ୍କ ଦ୍ଵାରା ଶ୍ରୀ ରଘୁନାଥ ଜୀଉଙ୍କ ମନ୍ଦିର ପରିସରରୁ ଏକ ମଶାଲ ଶୋଭାଯାତ୍ରା ବାହାରି ପଡ଼ିଆରେ ପହଞ୍ଚି ମଶାଲ ସ୍ଥାପନା କରିଥିଲେ।ପରେ ନୟାଗଡ଼ ବିଧାୟକ ତଥା ଓଡ଼ଗାଁ କପ୍ ସଭାପତି ଡ଼ ଅରୁଣ କୁମାର ସାହୁ କ୍ରୀଡା ପତାକା ଉତ୍ତୋଳନ କରି ଆନୁଷ୍ଠାନିକ ଭାବରେ ଖେଳକୁ ଉଦଘାଟନ କରିଥିଲେ।ଉଦଘାଟନୀ ମ୍ୟାଚ ଜଗା ୟୁନାଇଟେଡ଼ ଭୁବନେଶ୍ୱର ଓ ଫ୍ରେଣ୍ଡସ ପାରାଡ଼ାଇଜ ଜଟଣୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

ଖେଳର ପ୍ରଥମାର୍ଦ୍ଧ ୩ ଘଟିକା ୪୨ ମିନିଟରେ ଆରମ୍ଭ ହୋଇଥିବାବେଳେ ପ୍ରଥମାର୍ଦ୍ଧର ୨୬ତମ ମିନିଟରେ ଜଗା ପକ୍ଷରୁ ୯ ନଂ ଜର୍ସି ରାମ ନାୟକ ୧ମ ଗୋଲ ସ୍କୋର କରି ଦଳକୁ ଆଗୁଆ ରଖିଥିଲେ।ଏହାର ପ୍ରତି ଜବାବରେ ଜଟଣୀ ପକ୍ଷରୁ ବାରମ୍ବାର ଆକ୍ରମଣ କରାଯାଇଥିଲେ ସୁଦ୍ଧା ଖେଳର ଅନ୍ତିମ ସମୟ ପର୍ଯ୍ୟନ୍ତ କୌଣସି ଗୋଲ ହୋଇପାରିନଥିଲା।ଶ୍ରେଷ୍ଠ ଖେଳାଳି ଭାବରେ ଜଗା ୟୁନାଇଟେଡ଼ର ରାମ ନାୟକ ଓଡ଼ଗାଁ ତହସିଲଦାର ମାନସ ରଞ୍ଜନ ଭୋଇଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ।ବିଡ଼ିଓ ଜିତେନ୍ଦ୍ର କୁମାର ନାୟକ,ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ,ଉପାଧ୍ୟକ୍ଷା ମୀରା ନାୟକ,ଆରଏଏ ସମ୍ପାଦକ ଦିବାକର ନାୟକ,ପୂର୍ବତନ ଉପବନ ସଂରକ୍ଷକ ସୁରେଶଚନ୍ଦ୍ର ହୋତା,ସମବାୟ ନିର୍ଦ୍ଦେଶକ ନିତ୍ୟାନନ୍ଦ ପ୍ରଧାନ,ବିଭୁପ୍ରସାଦ ସାହୁ,ବିଜେଡି ନେତ୍ରୀ ଇରାନୀ ରାୟ,ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ,ଝିଲି ପ୍ରଧାନ,ସରପଞ୍ଚ ସସ୍ମିତା ପାତ୍ର ଓ ସମିତିସଭ୍ୟାଗଣ ଅତିଥି ରୂପେ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।

ରାଜୁ ମହାନ୍ତି,ଜଗନ୍ନାଥ ପରିଡା,ସଚିକାନ୍ତ ଦାସିଆ,ଅଶୋକ କୁମାର କଅଁର ରେଫରୀ ଭାବରେ ଖେଳ ପରିଚାଳନା କରିଥିବାବେଳେ ସୁଶାନ୍ତ ପାତ୍ର ଓ ସାର୍ଥକ ଷଡଙ୍ଗୀ ଭାସ୍ୟକାର ଦାୟିତ୍ୱ ତୁଲାଇଥିଲେ।ଦିଲ୍ଲୀପ କୁମାର ମାର୍ଥା ଓ ଜିତେନ୍ଦ୍ର କୁମାର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଆସନ୍ତାକାଲି କିଶୋର କ୍ଳବ ଭୁବନେଶ୍ୱର ବନାମ ମଙ୍ଗଳା କ୍ଳବ କଟକ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ସୂତ୍ରରୁ ଜଣାପଡିଛି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!