ନୟାଗଡ, (ବାଘୁଆବାର୍ତ୍ତା): ‘ବେଟି ବଚାଓ ବେଟି ପଢ଼ାଓ’ ଯୋଜନାର ଦଶବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜ଼ିଲ୍ଲାପାଳ ଦିଲ୍ଲୀପ କୁମାର ବଳଙ୍କ ଅଧକ୍ଷତାରେ କାର୍ଯ୍ୟକ୍ରମକୁ ଉଦଘାଟନ କରାଯାଇଥିଲା । ଏକ ସତ୍ୟପାଠ ‘ବେଟି ବଚାଓ ବେଟି ପଢ଼ାଓ’ ସମ୍ପର୍କରେ ବିବୃତି ପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମାଜ ମଙ୍ଗଳ ଅଧିକାରିଣୀ ଅର୍ଚ୍ଚନା କହଁର, ଜ଼ିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶିବୟନ ପ୍ରଧାନ ଓ ସିଡିପିଓ ନୟାଗଡ, ଜ଼ିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସମସ୍ତ କର୍ମ କର୍ତ୍ତା, ଜ଼ିଲ୍ଲା ଶିଶୁ ମଙ୍ଗଳ ସମିତି ଓ ଚାଇଲ୍ଡ ହେଲ୍ପଲାଇନର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

ପରେ ପରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀଙ୍କ ଦ୍ୱାରା ଏକ ସାଇକେଲ ଶୋଭାଯାତ୍ରା ବିଦ୍ୟାଳୟଠାରୁ ବାହାରି ଜିଲ୍ଲାପାଳଙ୍କ ଅଫିସ ଠାରେ ପହଞ୍ଚିଥିଲେ । ଜ଼ିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ପିଲାଙ୍କ ସଙ୍ଗରେ ଫୋଟ ଉତ୍ତୋଳନ କରି ଆଜିର କାର୍ଯ୍ୟକ୍ରମ ବିଷୟରେ ସୁଚିନ୍ତିତ ମତାମତ ରଖିଥିଲେ । ପିଲାଙ୍କୁ ପାଠ ପଢି ମଣିଷ ହୋଇ ଦେଶ ଗଢିବା ଓ ରାଷ୍ଟ୍ରର ବିକାଶରେ ସାମିଲି ହେବା ପାଇଁ ଉଦବୋଧନ ଦେଇଥିଲେ । ଏହି ଅବସରରେ ଏକ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସେଥିରେ ଜିଲ୍ଲାପାଳ ଓ ଅତିରକ୍ତ ଜିଲ୍ଲାପାଳ ସେମାନଙ୍କର ଦସ୍ତଖତ ଦେଇ ଅନ୍ୟମାନଙ୍କୁ ଉତ୍ସାହିତ କରିଥିଲେ ।






