ଦଶପଲ୍ଲା, (ବାଘୁଆବାର୍ତ୍ତା): ଦଶପଲ୍ଲାର ଚତୁର୍ଦ୍ଦଶତମ ବାର୍ଷିକ ଉତ୍ସବ ବୁଧବାର ଦିନ ଗାନ୍ଧୀ ମଇଦାନ ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରେସ୍ କ୍ଳବ୍ ସଭାପତି ସୁରେଶ ଚନ୍ଦ୍ର ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବକୁ ବିଧାୟକ ରମେଶଚନ୍ଦ୍ର ବେହେରା ଉଦଘାଟନ କରିଥିଲେ। ଉତ୍ସବରେ ଅବସରପ୍ରାପ୍ତ କୁଳପତି ଡ. କୁମରବର ଦାଶ, ଦି ହିନ୍ଦୁ ର ପ୍ରାକ୍ତନ ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାସ, ଏନଏସି ଅଧ୍ଯକ୍ଷା ପୁନମ୍ ପ୍ରିୟଦର୍ଶିନୀ, ଗବେଷକ ଗଣେଶ୍ୱର ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

ସାମ୍ବାଦିକ ମାନଂକ ନିର୍ଭିକ ଓ ନିରପେକ୍ଷ ଲେଖନୀ ଚାଳନା ଦ୍ବାରା ଜନମାନସରେ ଗଣମାଧ୍ୟମର ସମ୍ମାନ ଓ ସ୍ୱାଭିମାନ ବଜାୟ ରହିଥିବାର ଅତିଥିମାନେ ମତବ୍ୟକ୍ତ କରିଥିଲେ। କ୍ଲବର ସମ୍ପାଦକ ଡ. ପ୍ରଫୁଲ୍ଲ କୁମାର ଦାଶ ବିବରଣୀ ପାଠ କରିଥିଲେ। ସାମ୍ବାଦିକ ପ୍ରଶାନ୍ତ କୁମାର ସାହୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲ। ସାମ୍ବାଦିକ ରତ୍ନାକର ହୋତା ଓ ସଂଜୀବ କୁମାର ସାହୁ, ଆଶାକର୍ମୀ ଜାନକୀ ବେହେରା, ପାଠକ ଯୁଧିଷ୍ଠିର ସାହୁଂକୁ ସମ୍ବର୍ଦ୍ଧିତ କରାଯାଇଥିଲା।






